ସର୍ବସାଧାରଣଙ୍କ ପାଇଁ ଖୋଲିଲା ମୋଗଲ୍ ବାଟିକା

ନୂଆଦିଲ୍ଲୀ: ଆଜି ଠାରୁ ରାଷ୍ଟ୍ରପତି ଭବନ ପରିସରରେ ଥିବା ପ୍ରସିଦ୍ଧ ମୋଗଲ୍ ବାଟିକା ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହୋଇଛି। ଦର୍ଶକମାନେ ଆଜିଠାରୁ ତାରିଖରୁ ମାର୍ଚ ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ୧୫ ଏକର ବିଶିଷ୍ଟ ପୁଷ୍ପବାଟିକାରେ ପ୍ରବେଶ କରି ପାରିବେ। କିନ୍ତୁ, ଦେଖାରଖା ନିମନ୍ତେ ପ୍ରତି ସୋମବାର ଦିନ ଉଦ୍ୟାନ ବନ୍ଦ ରହିବ।
ଏହା ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। କୋଭିଡ୍-୧୯ ମହାମାରୀ ଯୋଗୁଁ ଏ ବର୍ଷ କେବଳ ଅନ୍ଲାଇନ୍ ବୁକିଙ୍ଗ୍ ଆଧାରରେ ବାଟିକା ମଧ୍ୟକୁ ପ୍ରବେଶାନୁମତି ମିଳିବ। ପୂର୍ବବର୍ଷମାନଙ୍କ ଭଳି ‘ଓ୍ଵାକ୍-ଇନ୍-ଏଣ୍ଟ୍ରି’ ଏବର୍ଷ ନିଷେଧ କରାଯାଇଛି। ୭ ଘଣ୍ଟିଆ ସ୍ଲଟ୍ରେ ଏହି ଅନ୍ଲାଇନ୍ ବୁକିଙ୍ଗ୍ କରାଯିବ ଏବଂ ପ୍ରତି ସ୍ଲଟ୍ରେ ରହିବେ ୧୦୦ ଜଣ ଦର୍ଶକ।
ରାଷ୍ଟ୍ରପତିଙ୍କ ଗଣମାଧ୍ୟମ ଉପସଚିବ କୀର୍ତ୍ତି ତିଓ୍ଵାରୀ କହିଛନ୍ତି ଯେ, ଉଦ୍ୟାନ ମଧ୍ୟରେ ଦର୍ଶକମାନଙ୍କ ଯାତାୟାତ ପଥରେ ପିଇବା ପାଣି, ଶୌଚାଳୟ ଏବଂ ପ୍ରାଥମିକ ଚିକିତ୍ସା ଆଦି ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ଇଷ୍ଟେଟ୍ର ୩୫ ନମ୍ବର ଫାଟକ ମଧ୍ୟରେ ଦେଇ ଅନ୍ଲାଇନ୍ ଦର୍ଶକମାନେ ପ୍ରବେଶ ଓ ପ୍ରସ୍ଥାନ କରି ପାରିବେ। ଏଠାରେ ଉତ୍ତର ଆଭେନ୍ୟୁ ରାଷ୍ଟ୍ରପତି ଭବନ ସହ ମିଶିଛି।