Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ ସୋସିଆଲ ମିଡିଆରେ ଭାଇରାଲ, କିଏ ପୋଷ୍ଟ କରିଛି ଜାଣନ୍ତୁ…

ପୁରୀ: ସୋସିଆଲ ମିଡିଆରେ ପୁଣିଥରେ ଘୁରି ବୁଲିଲା ଶ୍ରୀମନ୍ଦିରର ଭିତର ବେଢ଼ାର ଫଟୋ। ଯାହାକୁ ନେଇ ବିବାଦ ଓ ସମାଲୋଚନା ଆରମ୍ଭ ହୋଇ ସାରିଛି। ଫେବ୍ରୁଆରୀ ୧୨ ତାରିଖ ଦିନ ସୋସିଆଲ ମିଡି୍ରା ଆପ୍‌ ଇନଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ୍‌ ନାମକ ଏକ ଆଇଡିରୁ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ସେୟାର ହୋଇଛି। ଶ୍ରୀମନ୍ଦିରର ଦକ୍ଷିଣ ଦ୍ବାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ସମ୍ମୁଖରୁ ଏହି ଫଟୋଟି ଉଠାଯାଇଛି। ତେବେ ଏହି ଫଟୋ କିଏ ଉଠେଇଛି ତା ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।

ଇଣ୍ଡିଆନ୍‌ ଟେମ୍ପୁଲସ୍‌ ନାମକ ଆଇଡରୁ ଏହି ଫଟୋଟି ସେୟାର କରାଯାଇ ପୁରୀ ଶ୍ରୀମନ୍ଦିର ଇତିହାସ ଓ ତଥ୍ୟ ଲେଖାଯାଇଛି। ଏଥିସହିତ ସେହି ଇନଷ୍ଟା ଆଇଡିରେ ଉଲ୍ଲେଖ ରହିଛି ଯେ, ସାଲିନି ପାଷୀଙ୍କ ପୋାଷ୍ଟକୁ ରିପୋଷ୍ଟ କରାଯାଇଛି।

ସାଲିନୀ ପାଷୀ ଜଣେ କଳାକାର ଯିଏ ଫେବ୍ରୁଆରୀ ୨ ତାରିଖରେ ଶ୍ରୀମନ୍ଦିରର ବାହାର ଫଟୋ ଓ ଭିତର ବେଢ଼ାର ଫଟୋ ନିଜ ଇନଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ମନ୍ଦିରର ଇତିହାସ ସମ୍ବନ୍ଧୀୟ ସୂଚନା ମଧ୍ୟ ସେ ସେୟାର କରିଛନ୍ତି। ହେଲେ ମନ୍ଦିର ଭିତରେ ଫଟୋ ଉଠା ବାରଣ ହୋଇଥିବା ବେଳେ ଏହି ସବୁ ଫଟୋ କେମିତି ସୋସିଆଲ ମିଡିଆରେ ଘୁରି ବୁଲୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅତୀତରେ ଶ୍ରୀମନ୍ଦିର ଭିତର ଅନେକ ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପରେ ବିବାଦ ସାମ୍ନାକୁ ଆସିଥିଲା। ଏବେବି ଶ୍ରୀମନ୍ଦିର ଉପରୁ ଡ଼୍ରୋନ୍‌ ଯୋଗେ ନିଆଯାଇଥିବା ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳେ।

Comments are closed.