Odisha Link
Bridging the Missing Links in Odisha

ଆତଙ୍କବାଦୀ ଜହୁର ଅହମ୍ମଦ ଓରଫ ଖାଲିଦ ଗିରଫ

ଶ୍ରୀନଗର: ଗତବର୍ଷ ୩ ବିଜେପି କର୍ମୀଙ୍କୁ ହତ୍ୟା ମାମଲାରେ ଜଣେ ଆତଙ୍କବାଦୀକୁ ଗିରଫ କରିଛି ପୁଲିସ। ଗିରଫ ଆତଙ୍କବାଦୀ ହେଲେ ଟିଆରଏଫର ଜହୁର ଅହମ୍ମଦ ଓରଫ ଖାଲିଦ। ଖାଲିଦକୁ ସାମ୍ବା ଜିଲ୍ଲାରୁ ଗିରଫ କରାଯାଇଛି। କେବଳ ବିଜେପି କର୍ମୀ ନୁହେଁ ଜଣେ ପୁଲିସ କର୍ମୀଙ୍କୁ ମଧ୍ୟ ଖାଲିଦ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

କାଶ୍ମୀର ଜୋନ୍‌ର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ, ଖାଲିଦ ସାମ୍ବାରେ ଥିବା ପୁଲିସକୁ ସୂଚନା ମିଳିଥିଲା। ପୁଲିସ ୧୨ ତାରିଖ ବିଳମ୍ବିତ ରାତିରେ ସାମ୍ବାରୁ ଖାଲିଦକୁ ଗିରଫ କରିବାରେ ସଫଳ ହୋଇଛି।ପ୍ରକାଶ ଯେ, ଟିଆରଏଫ ହେଉଛି ଲଶ୍କର-ଏ-ତୋଏବାର ଏକ ସଙ୍ଗଠନ।

ବିଜୟ କୁମାର ଆହୁରି କହିଛନ୍ତି ଯେ, ଖାଲିଦ କୁଲଗାମରେ ୩ ବିଜେପି ନେତାଙ୍କ ସମେତ ଦକ୍ଷିଣ କାଶ୍ମୀରର ଫୁରାରେ ଜଣେ ପୋଲିସ କର୍ମୀଙ୍କୁ ହତ୍ୟା କରିଥିଲା । ସୂଚନାଯୋଗ୍ୟ, ଗତବର୍। ଅକ୍ଟୋବର ୨୯ରେ କୁଲଗାମର ବାଇକ ପୋରା ଅଞ୍ଚଳରେ ୩ ବିଜେପି କାର୍ଯ୍ୟକର୍ତ୍ତା ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନଙ୍କୁ ହତ୍ୟା କରାଯାଇଥିଲା।

Comments are closed.