Odisha Link
Bridging the Missing Links in Odisha

ଝାରସୁଗୁଡ଼ାରେ ପାଣ୍ଡିଆନଙ୍କ ପ୍ରଚାର; କହିଲେ-ବିରୋଧୀ ମିଛ କହି ଭୋଟ୍ ମାଗୁଛନ୍ତି

ଓଏଲ୍‌ ବ୍ୟୁରୋ: ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ଝାରସୁଗୁଡ଼ାରେ ଭି.କେ ପାଣ୍ଡିଆନ ପ୍ରଚାର କରିଛନ୍ତି।

ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି, ବିରୋଧୀ ନେତା ମିଛ କଥା କହି ଭୋଟ ନେବେ। ଗ୍ୟାସ ଓ ପେଟ୍ରୋଲ ଦର କମିବ କହିଥିଲେ, କମିଲା କି। ଯାହା କହିବେ କିଛି କରିବେନି କି ଖୋଜିଲେ ପାଇବେନି।

ଏହା ସହ ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାର ରୂପରେଖ ବର୍ଣ୍ଣନା କରିଛନ୍ତି। ଜନସଭାରେ ଭି.କେ ପାଣ୍ଡିଆନ କହିଛନ୍ତି, ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱୟଂ ସହାୟକ ଗୋଷ୍ଠି ମହିଳାଙ୍କୁ ପେନସନ ଦେବାକୁ ଘୋଷଣା କରିଛନ୍ତି। ଆପଣ ପେନସନ ପାଇଁ କହିଥିଲେ, କଥା ରଖିଲେ ମୁଖ୍ୟମନ୍ତ୍ରୀ। ଏହି ସଭାରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଯୋଗ ଦେଇଥିଲେ। ଦଳୀୟ ନେତାଙ୍କ ସହ ଜଣ ସଭାରେ ହଜାର ହଜାର ଲୋକ ଯୋଗ ଦେଇଥିଲେ।

Leave A Reply

Your email address will not be published.