Odisha Link
Bridging the Missing Links in Odisha

ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ

ରାୟଗଡ଼ା: ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ଏହି ଦୁର୍ଘଟଣାଟି ଗତ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି। ଏହି ଘଟଣାଟି ରାୟଗଡ଼ା – କୋରାପୁଟ ରାସ୍ତାର ସିରିକଣା ତାରିଣୀ ମନ୍ଦିର ନିକଟରେ ଘଟିଛି।

ପ୍ରକାଶ ଯେ, ବସଟି ନବରଙ୍ଗପୁର କୋଷାଗୁମୁଡ଼ାରୁ ବସଟି ଗଞ୍ଜାମ ଜିଲ୍ଲାର ପୋଲାସରା ଅଭିମୁଖେ ଯାଉଥିଲା। ଲକ୍ଷ୍ମୀପୁର ନିକଟରେ ବସରୁ ପୋଡ଼ାଗନ୍ଧ ବାହାରିଥିଲା। ଯାତ୍ରୀମାନେ ଏ ସମ୍ପର୍କରେ ଡ୍ରାଇଭରଙ୍କୁ ଅବଗତ କରିଥିଲେ। କିନ୍ତୁ ଡ୍ରାଇଭର ଏଥି ପ୍ରତି ଧ୍ୟାନ ଦେଇନଥିଲେ।

ଫଳରେ ରାତି ୨ ଟାରେ ରାୟଗଡ଼ା ନିକଟରେ ବସଟି ଜଳି ଯାଇଥିଲା। ନିଆଁ ଦେଖି ଯାତ୍ରୀମାନେ ବସରୁ ଓହ୍ଲାଇ ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଥିଲେ ମଧ୍ୟ ବସକୁ ଅଗ୍ନିକାଣ୍ଡରୁ ରକ୍ଷା କରିପାରିନଥିଲେ। ପୁଲିସ ଏକ ବସ ସାହାଯ୍ୟରେ ସମସ୍ତ ଯାତ୍ରୀଙ୍କୁ ବସଷ୍ଟାଣ୍ଡରେ ଛାଡ଼ିଥିଲା।

Comments are closed.