Odisha Link
Bridging the Missing Links in Odisha

ପୁଣି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ

ପୁରୀ: ପୁଣି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ। ଇନଷ୍ଟାଗ୍ରାମରେ ଶ୍ରୀମନ୍ଦିର ଭିତରର ୨ଟି ଫଟୋ ଭାଇରାଲ ହୋଇଛି। ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ସମ୍ମୁଖରୁ ଏହି ଫଟୋ ନିଆଯାଇଛି । ଫଟୋଟି ଉକ୍ତ ଆଇଡିରେ ଚଳିତ ମାସ ଦୁଇ ତାରିଖରେ ପୋଷ୍ଟ ହୋଇଛି। ତେବେ କିଭଳି ପରିସ୍ଥିତିରେ ଏହି ଫଟୋ ଉଠାଗଲା ଏବଂ ଏହାକୁ କେଉଁ ବ୍ୟକ୍ତି ଉଠାଇଛନ୍ତି ସେ ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ ।

ସୂଚନା ଥାଉ କି ଅତୀତରେ ଶ୍ରୀମନ୍ଦିର ଭିତର ଅନେକ ଫଟୋ ସୋସିଆଲ ମେଡ଼ିଆରେ ପ୍ରକାଶ ପରେ ବିବାଦ ସାମ୍ନାକୁ ଆସିଥିଲା । ଏବେବି ଶ୍ରୀମନ୍ଦିର ଉପରୁ ଡ଼୍ରୋନ୍‌ ଯୋଗେ ନିଆଯାଇଥିବା ଭିଡ଼ିଓ ସୋସିଆଲ୍‌ ମେଡ଼ିଆରେ ଦେଖିବାକୁ ମିଳେ।

Comments are closed.