Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡ ହିମସ୍ଖଳନ, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ହିମସ୍ଖଳନ ପରେ ସୃଷ୍ଟି ହୋଇଥିବା ଭୟଙ୍କର ପ୍ରଳୟରେ ବହୁ ଜୀବନହାନୀ ଘଟିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟାରେ ୪୩ରେ ପହଁଞ୍ଚିଛି। ଆଜି ତପୋବନର ସୁଡ଼ଙ୍ଗ ଭିତରୁ ଆଉ ୫ ମୃତଦେହ ମିଳିଛି।

ଶନିବାର ଦିନ ଚମୋଲି ଜିଲ୍ଲାପାଳ କହିଥିଲେ, ଏନଟିପିସି ଟନେଲରେ ଖନନ କାର୍ଯ୍ୟ ୧୩୬ ମିଟର ଯାଏଁ ହୋଇଛି। ନିଖୋଜ ଥିବା ୨୦୪ ଲୋକଙ୍କ ମଧ୍ୟରୁ ୩୮ ମୃତଦେହ ମିଳିଛି। ଏହାସହ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ତେବେ ଆଜି ଆଉ ୫ଟି ମୃତଦେହ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। ଟନେଲ ମଧ୍ୟରୁ ବିଭିନ୍ନ ଭଗ୍ନାଶ ହଟାଯାଉଛି। କିଛି ଲୋକ ଏବେବି ଟନେଲ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ ଚମୋଲିରେ ହିମସ୍ଖଳନ ପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଅନେକ ଗାଁ ସହ ଯୋଗାଯୋଗ ବିଛିନ୍ନ ହୋଇଛି।

Comments are closed.