Odisha Link
Bridging the Missing Links in Odisha

ନାବାଳିକା ଛାତ୍ରୀକୁ ଦୁଷ୍କର୍ମ

କେନ୍ଦୁଝର: ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମୁରୁସୁଆଁ ଅଞ୍ଚଳରେ। ବିବାହିତ ଅଭିଯୁକ୍ତକୁ ଯୁବକକୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ।ଗତକାଲି ରାତି ପାଖାପାଖି ୮ଟା ସମୟରେ ଗ୍ରାମର ଜଣେ ବିବାହିତ ଯୁବକ ଜଣେ ୧୩ ବର୍ଷିୟା ଅଷ୍ଟମ ଶ୍ରେଣୀର ଆଦିବାସୀ ଛାତ୍ରୀକୁ ପାଖ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। କୌଣସି ମତେ ନାବାଳିକା ଛାତ୍ରୀଜଣଙ୍କ ସେଠାରୁ ଖସି ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା‌।

ଘଟଣା ଜଣାପଡିବା ପରେ ଗ୍ରାମରେ ଉତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକମାନେ ସଂପୃକ୍ତ ଯୁବକର ଘରକୁ ରାତିସାରା ଘେରାଉ କରି ରଖିଥିଲେ। ଆଜି ସକାଳୁ ସଂପୃକ୍ତ ଯୁବକକୁ ଉତ୍ୟକ୍ତ ଲୋକମାନେ ଉତ୍ତମ ମଧ୍ୟମ ଦେବା ସହ ଓ୍ବାଡ ମେମ୍ବରଙ୍କ ଉପସ୍ଥିତିରେ ଘରୁ ବାହାର କରି କ୍ଲବ ଘରର ଏକ ପିଲର ଖୁଣ୍ଟରେ ବାନ୍ଧି ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ସଂପୃକ୍ତ ଯୁବକକୁ ଉଦ୍ଧାର କରି ଥାନାକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.