ଆସନ୍ତା କାଲି ରାଜ୍ୟର ସବୁ ସ୍କୁଲ ବନ୍ଦ

ଭୁବନେଶ୍ବର: ଆସନ୍ତା କାଲି ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ। କଗ୍ରେଂସର ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କାଲି ରାଜ୍ୟର ସବୁ ସ୍କୁଲକୁ ବନ୍ଦ ରଖାଯାଇଛି। ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସୂଚନା ଦେଇଛନ୍ତି। ଆସନ୍ତା ମଙ୍ଗଳବାର ସରସ୍ବତୀ ପୂଜାଥିଲେ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଆସନ୍ତାକାଲି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଆସନ୍ତା କାଲି ୭ଟାରୁ ଅପରାହ୍ନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହି ସମୟରେ ପିଲାଙ୍କ ସୁରକ୍ଷା ଓ ଯାତାୟତକୁ ଦୃଷ୍ଟିରେ ରଖି କାଲି ରାଜ୍ୟର ସବୁ ସ୍କୁଲ ବନ୍ଦକୁ ରଖାଯାଇଛି।