Odisha Link
Bridging the Missing Links in Odisha

ଶତକ ମୁହାଁ ପେଟ୍ରୋଲ ଦର, ଓଡ଼ିଶାରେ କେତେ ଜାଣନ୍ତୁ…

ଭୁବନେଶ୍ୱର: ଶତକ ମୁହାଁ ପେଟ୍ରୋଲ ଦର। ଲାଗାତାର ପେଟ୍ରୋଲ ଏବଂ ଡିଜେଲ ଅହେତୁକ ଭାବେ ବଢ଼ିବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ଖାଉଟୀଙ୍କ ଉପରେ ପଡିବାରେ ଲାଗିଛି। ଓଡ଼ିଶାରେ ପେଟ୍ରୋଲ ଦର ୯୪ ଟଙ୍କା ପାର୍‌ ହେଲାଣି। ମାଲକାନଗିରିରେ ୯୪ ଟଙ୍କା ପାର କରିଛି ପେଟ୍ରୋଲ ଦର। ସେଠାରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ୯୦ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୪୨ ପଇସା ଏବଂ ଡିଜେଲ ୮୬ଟଙ୍କା ୧୩ ପଇସା ରହିଛି। କଟକରେ ଲିଟର ପିଛା ପେଟ୍ରୋଲ ଦର ୮୯ ଟଙ୍କା ୭୩ ପଇସା ଏବଂ ଡିଜେଲ ୮୬ ଟଙ୍କା ୪୩ ପଇସା ରହିଛି। ଅନ୍ୟପଟେ ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଆସନ୍ତାକାଲି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଆସନ୍ତା କାଲି ୭ଟାରୁ ଅପରାହ୍ନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା ୭୩ ପଇସା ଥିବା ବେଳେ ଡିଜେଲ୭୯.୦୬ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୫.୨୧ ଏବଂ ଡିଜେଲ ୮୬.୦୪ ଟଙ୍କା ରହିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୮୨.୬୫ ଓ ଡିଜେଲ ୯୦.୦୧ଟଙ୍କା ରହିଛି, ଚେନ୍ନାଇରେ ପେଟ୍ରୋଲ ୮୪.୧୬ ଓ ଡିଜେଲ ୯୦.୯୬ଟଙ୍କା ରହିଛି।

Comments are closed.