Odisha Link
Bridging the Missing Links in Odisha

କୋଟି କୋଟି ସମ୍ପତ୍ତିକୁ ପାଦରେ ଏଡାଇ ସନ୍ନ୍ୟାସିନୀ ହେଲେ ହୀରା ବ୍ୟବସାୟୀଙ୍କ ଝିଅ

ସୁରଟ: କୋଟି କୋଟି ଟଙ୍କାକୁ ଏଡାଇ ସନ୍ନ୍ୟାସିନୀର ଜୀବନକୁ ଆପଣାଇ ନେଲେ ହୀରା ବ୍ୟବସାୟୀଙ୍କ ଝିଅ ରେନ୍ସି । ଏହି ଘଟାଣାଟି ସୁରଟରେ ଦେଖିବାକୁ ମିଳିଛି। ତାଙ୍କର ବୟସ ମାତ୍ର ୧୭ ବର୍ଷ । ସେ ନିକଟରେ ସାଂସାରିକ ସୁଖ ସ୍ୱଚ୍ଛନ୍ଦକୁ ଛାଡ଼ି ଜୈନ ଧର୍ମ ଗ୍ରହଣ କରିଛନ୍ତି।

ପରିବାର ଏବଂ ସମାଜ ସମ୍ମୁଖରେ ପିନ୍ଧିଥିବା ଲକ୍ଷାଧିକ ଟଙ୍କାର ଗହଣା ଓହ୍ଲାଇ ଦେଇଛନ୍ତି। ଜୈନ ଗୁରୁଙ୍କର ଶିଷ୍ୟା ହୋଇଛନ୍ତି। ଦୀକ୍ଷା ଗ୍ରହଣ ପୂର୍ବରୁ ସେ ଜୈନଗୁରୁ ଏବଂ ସୈନ୍ୟାସିନୀଙ୍କ ସମ୍ମୁଖରେ ମନଭରି ନାଚିଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ରେନ୍ସି ଯେତେବେଳେ ୭ମ ଶ୍ରେଣୀରେ ପଢୁଥିଲା ସେତେବେଳରୁ ଧର୍ମ ଉପରେ ତା’ର ବିଶେଷ ଧ୍ୟାନ ରହୁଥିଲା। ୨୧ ବର୍ଷ ପୂର୍ବେ ରେନ୍ସିର ଜଣେ ଦାଦା ଦୀକ୍ଷା ଗ୍ରହଣ କରିଥିଲେ। କିଛି ଦିନ ପୂର୍ବରୁ ରେନ୍ସି ତାଙ୍କ ପାଖକୁ ନିୟମିତ ଯାଉଥିଲେ। ତାଙ୍କ ସହ ମିଶିବା ପରେ ରେନ୍ସିର ଜୈନ ଧର୍ମ ପ୍ରତି ଶ୍ରଦ୍ଧା ବଢିଥିଲା।

ଦାଦାଙ୍କ ସହ ମିଶିବା ପରେ ସାଂସାରିକ ଜୀବନ ଛାଡ଼ିବା କଥା ରେନ୍ସି ପରିବାର ଲୋକଙ୍କୁ ଜଣାଇ ଅନୁମତି ମାଗିଥିଲେ। ଦୁଃଖ ଦାୟକ ହେଲେ ମଧ୍ୟ ପରିବାର ଲୋକେ ତାଙ୍କୁ ମନା କରି ନ ଥିଲେ। ସାଧିକ ହେବା ପୂର୍ବରୁ ସମସ୍ତ ପାରମ୍ପରିକ ପ୍ରଥା ପୂରା କରାଯାଇଥିଲା। ରେନ୍ସିଙ୍କ ସବୁ ଇଚ୍ଛାକୁ ପରିବାର ଲୋକେ ପୂରଣ କରିଥିଲେ।

ସୋମବାର ସାଂସାରିକ ଜୀବନ ଛାଡିବା ପୂର୍ବରୁ ରେନ୍ସିଙ୍କୁ ଲକ୍ଷାଧିକ ଟଙ୍କାର ଗହଣା ପିନ୍ଧାଇଥିଲେ ପରିବାର ଲୋକେ। ହେଲେ ସେ ପରେ ଏହାକୁ ଗୋଟିଏ ଗୋଟିଏ କରି ଜୈନ ମୁନିଙ୍କ ସାମ୍ନାରେ ଖୋଲି ଦେଇଥିଲେ। ପରେ ଗଚ୍ଛାଧିପତି ଅଭୟଦେବ ସୁରୀଶ୍ୱରଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ।

Comments are closed.