Odisha Link
Bridging the Missing Links in Odisha

ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଜେନେରାଲ ଅଫିସର ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ। ୮୭ ବର୍ଷ ବୟସରେ ହୃଦଘାତରେ ଆଜି ତାଙ୍କର ବିୟୋଗ ହୋଇଛି।
୧୯୬୧ରେ ଗୋଆ ଅପରେସନ ସହିତ ୧୯୬୫ ଓ ୧୯୭୧ ଯୁଦ୍ଧରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ।

୧୯୩୪ ଜାନୁଆରି ୧୬ରେ ଜନ୍ମ ହୋଇଥିବା ଏହି ସେନା ଅଧିକାରୀ ୧୯୫୪ରେ କମିଶନଡ୍ ଅଧିକାରୀ ଭାବେ ଥାର୍ଡ କାଭାଲ୍‌ରିରେ ଯୋଗ ଦେଇଥିଲେ। ସେନାର ବହୁତ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ଅନେକ ଦାୟିତ୍ୱ ତୁଲାଇଛନ୍ତି।

ଉଲ୍ଲେଖନୀୟ ସେବା ଓ ଅବଦାନ ପାଇଁ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କୁ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା।

Comments are closed.