ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଆଜି ଅପରାହ୍ଣରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ନିଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୫ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ତେବେ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ପ୍ରସ୍ତାବିତ ଉପନିୟମ ଉପରେ ନିନ୍ଦା ପ୍ରସ୍ତାବ ବୈଠକରେ ଅଣାଯିବ ବୋଲି କୁହାଯାଇଛି। ଏଥିସହ ପୌଷ ପୂର୍ଣ୍ଣିମା ଓ ସୁନାବେଶ ନୀତି ବିଶୃଙ୍ଖଳା ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।
ଏହି ବୈଠକରେ ଶ୍ରୀମନ୍ଦିର ଚାରିପାଖ ଐତିହ୍ୟ କରିଡର ପ୍ରକଳ୍ପ ଚୂଡାନ୍ତ ହେବ। ଏହାସହ ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯିବ। ପୂର୍ବରୁ ଏନଏମଏ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ବାଇ-ଲ’ ଜାରି କରିଥିଲେ। ସବୁ ମହଲରୁ ଏହାକୁ ବିରୋଧ ପରେ ବାଇ-ଲ’ ପ୍ରତ୍ୟାହାର କରାଯାଇଥିଲା।