Odisha Link
Bridging the Missing Links in Odisha

ନୂଆପଡ଼ାରୁ ବାଘଛାଲ ଜବତ, ୨ ଗିରଫ

ଭୁବନେଶ୍ୱର: ନୂଆପଡାରୁ ବାଘଛାଲ ଜବତ। ପଳାଶପଡ଼ା ଛକ ନିକଟରୁ ବାଘ ଛାଲ ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌। ସିନାପାଲି ପୋଲିସ ଥାନା ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସହ ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ କରିଛି।

ସୂଚନା ମୁତାବକ, ବିଶେଷ ସୁତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏପ୍‌ ଟିମ୍‌ ନୂଆପଡ଼ାରେ ଚଢାଉ କରିଥିଲା। ଏହି ଚଢାଉରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।ଗିରଫ ୨ ଅଭିଯୁକ୍ତ ହେଲେ ଖରିଆର ସବୁର୍ବନ ସିଂଦେଓ ଓ ସମାନ ସିଂ ମଝି ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ବାଘ ଛାଲ ସହ ବହୁ ମାରଣାସ୍ତ୍ର ଜବତ ହୋଇଛି।

ଅଭିଯୁକ୍ତଙ୍କୁ ଜିନାପଲି ଜେଏମ୍‌ଏଫସି କୋର୍ଟରେ ହାଜର କରିଛି ଏସ୍‌ଟିଏଫ୍‌। ସେହିପରି ବାଘ ଛାଲକୁ କେମିକାଲ ଏକଜମିନେସନ ପାଇଁ ଡେରାଡୁନ wild life institute of indiaକୁ ପଠାଯିବ।

Comments are closed.