Odisha Link
Bridging the Missing Links in Odisha

ଭାଗବତ ଗୀତା ଓ ପିଏମ୍‌ ମୋଦୀଙ୍କ ଫଟୋ ଯିବ ମହକାଶ

ନୂଆଦିଲ୍ଲୀ: ଚଳିତ ମାସ ଶେଷ ଆଡ଼କୁ ଭାରତର ଶ୍ରୀହରିକୋଟାସ୍ଥିତ ସ୍ପେସ୍‌ପୋର୍ଟୁ ଆଉ ଏକ ଉପଗ୍ରହ ଉତକ୍ଷେପଣ ହେବ। ବିଶିଷ୍ଟ ମହାକାଶ ବିଜ୍ଞାନୀ ସତୀଶ ଧାଓ୍ବନଙ୍କ ନାମରେ ଏହି ନାନୋ ସାଟେଲାଇଟ୍‌ ନାମିତ ହୋଇଛି। ହେଲେ ଉପଗ୍ରହଟି ଉତ୍‌କ୍ଷେପଣ ହେବା ପୂର୍ବରୁ ତାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।

କାରଣ ଘରୋଇ କ୍ଷେତ୍ରର ଏହା ପ୍ରଥମ ଉପଗ୍ରହ ହେବ, ଯାହା ଭଗବଦ୍ ଗୀତା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଏବଂ ୨୫,୦୦୦ ଲୋକଙ୍କ ନାମ ସହିତ ଦ୍ୱିତୀୟ ମହାକାଶ ମିଶନ ଭାବେ ମହାକାଶକୁ ଯିବ। ଏହି ନାନୋ ସାଟେଲାଇଟକୁ ପୋଲାର ସାଟେଲାଇଟ୍ ଲଞ୍ଚ ଯାନ ଦ୍ୱାରା ଉତକ୍ଷେପଣ କରାଯିବ।

ଏହି ନାନୋ ଉପଗ୍ରହକୁ ସ୍ପେସ୍ କିଡସ୍ ଇଣ୍ଡିଆ ଦ୍ୱାରା ବିକଶିତ କରାଯାଉଛି। ଏହା ଏକ ଅନୁଷ୍ଠାନ ଯାହା ଛାତ୍ରମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନକୁ ପ୍ରୋତ୍ସାହିତ କରେ ଏବଂ ମହାନ ବୈଜ୍ଞାନିକ ସତୀଶ ଧାୱନଙ୍କ ଦ୍ବାରା ସୃଷ୍ଟି କରାଯାଇଥିଲା। ଏହି ଉପଗ୍ରହ ଗୁଡ଼ିକ ସେମାନଙ୍କ ସହିତ ଅନ୍ୟ ତିନୋଟି ପେଲୋଡ୍ ନେଇକରି ଯିବେ।

‘ସ୍ପେସ୍‌କିଡ୍‌ଜ୍‌’ ଇଣ୍ଡିଆର ସଂସ୍ଥାପକ ‘ସିଇଓ’ ଡକ୍ଟର୍‌ ଶ୍ରୀମତୀ କେସନ୍‌ କହନ୍ତି ଯେ, ଅନ୍ୟ ମହାକାଶ ଅଭିଯାନଗୁଡ଼ିକରେ ‘ବାଇବେଲ୍‌’ ଭଳି ଧର୍ମଗ୍ରନ୍ଥ ପଠାଯାଉଥିବାରୁ ସେମାନେ ମହାକାଶକୁ ଖଣ୍ଡେ ଭଗବତ ଗୀତା ପଠାଇବାକୁ ସ୍ଥିର କରିଛନ୍ତି। ଏହାଛଡ଼ା, ସବା ଉପର ପାନେଲ୍‌ରେ ଆତ୍ମନିର୍ଭର ଅଭିଯାନ ଉଲ୍ଲେଖ ଥାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଫଟୋ ମଧ୍ୟ ପଠାଇବୁ। ଏହାର ତଳ ପାନେଲ୍‌ରେ ଖୋଦେଇ ହୋଇଛି ‘ଇସ୍ରୋ’ର ଅଧ୍ୟକ୍ଷ ଡକ୍ଟର୍‌ କେ ଶିବନ ଏବଂ ସାଇଣ୍ଟିଫିକ୍‌ ସେକ୍ରେଟେରି ଡକ୍ଟର୍‌ ଉମାମହେଶ୍ୱରନ୍‌ଙ୍କ ନାମ।

Comments are closed.