Odisha Link
Bridging the Missing Links in Odisha

ପେପରଲେସ୍ ହେବ ବିଧାନସଭା

ଭୁବନେଶ୍ୱର: ପେପର ଲେସ୍ ହେବ ବିଧାନସଭା। ଆଗାମୀ ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ କାଗଜ ବିହୀନ ହେବ। ବିନା କାଗଜରେ ସିଏଜି ରିପୋର୍ଟ, ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ବଜେଟ ରିପୋର୍ଟ ପ୍ରସ୍ତୁତ ହେବ। ଏଥିସହ ତାରକା ଓ ଅଣତାରକା ପ୍ରଶ୍ନ ବି ନେଭା ଆପ୍ ଜରିଆରେ ମିଳିବ।

ଏନେଇ ବିଧାନସଭାର ର୍କମଚାରୀଙ୍କୁ ୨ ଦିନିଆ ପ୍ରଶିକ୍ଷଣର ବ୍ୟବସ୍ଥା ଦିଆଯିବ। ପେପର ଲେସ୍ କାର୍ଯ୍ୟ ପଦ୍ଧତି ସର୍ମ୍ପକରେ କେନ୍ଦ୍ର ସରକାରଙ୍କ ଟିମ୍ ତାଲିମ ଦେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Comments are closed.