Odisha Link
Bridging the Missing Links in Odisha

୭୬ ହଜାର ଜମାକାରୀଙ୍କୁ ଟଙ୍କା ଫେରାଇବ ଅର୍ବାନ କୋପରେଟିଭ୍ ବ୍ୟାଙ୍କ୍

ବାରିପଦା: ବାରିପଦା ଅର୍ବାନ କୋପରେଟିଭ୍ ବ୍ୟାଙ୍କ୍ ୭୬ ହଜାର ଜମାକାରୀଙ୍କୁ ଟଙ୍କା ଫେରାଇବ। ରେଜିଷ୍ଟର ଅଫ୍ କୋ ଅପରେଟିଭ୍ ସୋସାଇଟି ଓଡ଼ିଶା ବାରିପଦା DRCSଙ୍କୁ ଚିଠି ଲେଖିଛନ୍ତି। ଆଜିଠୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହେବ।

ରେଜିଷ୍ଟର ଅଫ୍ କୋ ଅପରେଟିଭ୍ ସୋସାଇଟି ଓଡ଼ିଶା ନିର୍ଦ୍ଦେଶ ଦେଇଛନ୍ତି, ଜମାକାରୀ କିଭଳି ସୁରୁଖୁରୁରେ ଟଙ୍କା ଫେରି ପାଇବେ ଏବଂ ହାଇକୋର୍ଟଙ୍କ ଆଦେଶ ପାଳନ ହେବ। ଟଙ୍କା ଫେରସ୍ତ ନେଇ ସୂଚନା ମିଳିବା ପରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ବାରିପଦା ଅର୍ବାନ ବ୍ୟାଙ୍କ୍‌ର ୪ଟି ଶାଖା ଉଦଳା, ବାରିପଦା, କରଞ୍ଜିଆ ଏବଂ ରାଇରଙ୍ଗପୁରରେ ୭୬ ହଜାର ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇବାକୁ ବାଟ ଫିଟିଛି ବୋଲି ମୋରଡା ବିଧାୟକ ରାଜ କିଶୋର ଦାସ ସୁଚନା ଦେଇଛନ୍ତି।

Comments are closed.