ରାଜେନ୍ଦ୍ର ୟୁନିଭର୍ସିଟିରେ ଭଙ୍ଗାରୁଜା

ବଲାଙ୍ଗିର: ବାଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିରେ ୟୁନିଭର୍ସିଟିରେ ପ୍ଲାଟିନମ୍ ଜୁବଲି ଗେଟରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଗେଟରେ ଲାଗିଥିବା ଲୋଗୋ, ମାନଚିତ୍ର ସହ ସାଜସଜ୍ଜା ଜିନିଷକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।
ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଭଳି ଭଙ୍ଗାରୁଜା କରି ଫେରାର ହୋଇଯାଇଥିବା ଜଣାପଡିଛି ।ସେପଟେ ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ବୃତ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।