ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ ଶାହା

କୋଲକାତା: ଆଉ ଦିନ କେଇଟା ପରେ ପଶ୍ଚମବଙ୍ଗ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ବିଜେପି ତାର ପ୍ରଭାବ ବିସ୍ତାର କରିଚାଲିଛି। ଏହି କ୍ରମରେ ପ୍ରତି ମାସ ବିଜେପିର କେହି ନା କେହି ବରିଷ୍ଠ ନେତା ପଶ୍ଚିମବଙ୍ଗ ଗସ୍ତ କରି ଦଳକୁ ତୃଣମୂଳ ସ୍ଥରରୁ ମଜଭୂତ କରିବାକୁ ଚେଷ୍ଟା ଚଳାଇଛନ୍ତି।
ଆଜି ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ପହଞ୍ଚିଛନ୍ତି ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହା। ସେ ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ନାମଖାନା ଠାରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସଭାରେ ଶାହା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି।
ଶାହା ମମତାଙ୍କୁ ଟାର୍ଗେଟ୍ କରି କହିଛନ୍ତି କି ଜୟ ଶ୍ରୀରାମ ନାରା କାହାକୁ ଯଦି ଅପମାନିତ କରୁଛି ସେଥିରେ ଆମର କିଛି କହିବାର ନାହିଁ , ଏହା ହେଉଛି ଆମ ଯାତ୍ରାର ପ୍ରତିକ ବୋଲି କହି ଶ୍ରୀ ଶହା ଜୟ ଶ୍ରୀରାମ ନାରା ଲଗାଇଥିଲେ। ଶାହା କହିଥିଲେ କି ଆମେ ସଂକଳ୍ପ କରୁଛୁ କି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ମୂଳପୋଛ କରିବୁ। ଆମର ଲକ୍ଷ୍ୟ ସରକାର ପରିବର୍ତ୍ତନ ନୁହେଁ, ବରଂ ଆମର ଲକ୍ଷ୍ୟ ଗରିବ ଜନତାଙ୍କ ସ୍ଥିତିରେ ସୁଧାର ଆଣିବୁ ବୋଲି ଶାହା କହିଛନ୍ତି।
ପଶ୍ଚିମବଙ୍ଗରେ ମହିଳା ମାନଙ୍କ ସ୍ଥିତି ସଦୃଢ କରିବାକୁ ଆମ ସରକାର ଆସିଲେ ରାଜ୍ୟରେ ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ସାହା ନିର୍ବାଚନୀ ଥୋପ ମାରିଛନ୍ତି। ଏହାସହ ପୂର୍ବ ଗସ୍ତ ବେଳେ ଶାହା ଚାଷୀ ମାନଙ୍କ ଖାତାକୁ ୧୮ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିବା ବେଳେ ଆଜିର ରାଲିରେ ମତ୍ସଚାଷୀଙ୍କୁ ସାଧାରଣ ଚାଷୀଙ୍କ ଭଳି ବାର୍ଷିକ ୬ ହଜାର ଟଙ୍କାର ସହାୟତା ଦେବାକୁ ପ୍ରତିଶୃତି ଦେଇଛନ୍ତି।