Odisha Link
Bridging the Missing Links in Odisha

ଆଇପିଏଲ ଇତିହାସରେ ପ୍ରଥମ: ସବୁଠାରୁ ମହଙ୍ଗା ଖେଳାଳି ହେଲେ କ୍ରିସ୍‌ ମୋରିସ୍‌

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ପାଇଁ ଖେଳାଳି ନିଲାମି ପ୍ରକ୍ରିୟା ଚେନ୍ନାଇରେ ଚାଲିଛି। ୨୯୨ ଜଣ ଖେଳାଳି ସର୍ଟ ଲିଷ୍ଟେଡ ହୋଇଥିବା ବେଳେ ୬୧ ଜଣ ଖେଳାଳିଙ୍କୁ କିଣି ପାରିବୋ ସମସ୍ତ ଫ‌୍ରାଞ୍ଚାଇଜ୍‌ ଟିମ୍। ଏସବୁ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲ ରାଉଣ୍ଡର କ୍ରିସ୍‌ ମୋରିସ୍‌ ଓ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ଗ୍ଲେନ୍‌ ମାକ୍ସଓ୍ବେଲଙ୍କ ଉପରେ ହୋଇଛି ଧନବାର୍ଷା। କ୍ରିସ୍‌ ମୋରିସ୍‌ ଆଇପିଏଲ ଇତିହାସର ସବୁଠୁ ଖେଳାଳି ହୋଇଛନ୍ତି। ତାଙ୍କୁ ରାଜସ୍ଥାନ ରୟାଲ୍ସ ଟିମ୍‌ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି। ଏଥିସହିତ କ୍ରିସ୍‌ ମୋରିସ୍‌ ଯୁବରାଜ ସିଂଙ୍କ ଓ ପ୍ୟାଟ୍‌ କମିନ୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଏହା ପୂର୍ବରୁ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ଥିଲେ ଯୁବରାଜ ସିଂହ। ଯୁବରାଜ ସିଂହଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦୧୫ରେ ୧୬ କୋଟି ଟଙ୍କା ଦେଇ କିଣିଥିଲା। ସେ ଏ ପର୍ଯ୍ୟନ୍ତ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ଥିଲେ। ହେଲେ ତାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି କ୍ରିସ୍ ମୋରିସ। ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬ କୋଟି ୨୫ ଲକ୍ଷ ଟଙ୍କା ଦେଇ କିଣିଛନ୍ତି। ଏଥିସହ ବିଦେଶୀ ଖେଳାଳି ଭାବେ ମଧ୍ୟ ମୋରିସ୍ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି। ପୂର୍ବରୁ ପାଟ୍ କମିନ୍ସ ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ଥିଲେ। ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୦୧୭ରେ ୧୫ କୋଟି ୫୦ଲକ୍ଷ ଟଙ୍କାରେ କିଣିଥିଲା।

ସେହିପରି ମୋଇନ୍‌ ଅଲ୍ଲୀଙ୍କୁ ୭ କୋଟି ଟଙ୍କା ଦେଇ କିଣିଥିବା ବେଳେ ଶିଭମ୍‌ ଦୁବେଙ୍କୁ ୪ କୋଟି ୨୦ ଲକ୍ଷ ଟଙ୍କା ଦେଇ ରାଜସ୍ଥାନ ରୟାଲ୍ସ କଣିଛି। ସାକିବ୍‌ ଅଲ ହାସନଙ୍କୁ ୩.୨୦ କୋଟିରେ କୋଲକାତା ନାଇଟ୍‌ ରାଇଡର୍ସ କିଣିଥିବା ବେଳେ ଷ୍ଟିଭ୍‌ ସ୍ମିଥ‌ଙ୍କୁ ୨.୨୦ କୋଟିରେ ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ କିଣିଛି।

ଅପରପକ୍ଷେ ଭାରତୀୟ ବ୍ୟାଟସମ୍ୟାନ୍‌ କରୁଣ ନାୟାର, ଇଂଲ‌ଣ୍ଡର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଆଲେକ୍ସ ହେଲ୍ସ ଓ ଅଷ୍ଟ୍ରେଲିଆର ଟି-୨୦ ଅଧିନାୟକ ଆରୋନ ଫିଞ୍ଚଙ୍କୁ କେଉଁ ଫ‌୍ରାଞ୍ଚାଇଜ କିଣିନାହାନ୍ତି। ଏହି ଷ୍ଟାର ଖେଳାଳିଙ୍କ ନିଲାମ ହେବେ ନା ନାଇଁ ତାହା ଶେଷ ପର୍ଯ୍ୟାୟରେ ଜଣାପଡ଼ିବ।

Comments are closed.