Odisha Link
Bridging the Missing Links in Odisha

ବିଷ ଦେଇ ବିଦେଶାଗତ ପକ୍ଷୀ ଶିକାର, ୧ ଗିରଫ

ଟାଙ୍ଗି: ଚିଲିକାରେ ଥମୁନି ପକ୍ଷୀ ଶିକାର। କଟକଣା ସତ୍ତ୍ୱେ ବିଦେଶାଗତ ପକ୍ଷୀ ଶିକାର କରୁଛନ୍ତି ଶିକାରୀ। କଇଁ ଫୁଲରେ ବିଷ ଦେଇ ଚିଲିକାରେ ପକ୍ଷୀ ଶିକାର ବେଳେ ବନ୍ୟପ୍ରାଣୀ ବିଭାଗ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ଠାରୁ ୪ଟି ମୃତ ବିଦେଶାଗତ ପକ୍ଷୀ, ଗୋଟିଏ ସାଇକେଲ, ମୋବାଇଲ୍ ଫୋନ୍, କଇଁ ଫୁଲ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ସର୍ବେଶ୍ୱର ପ୍ରଧାନ। ଘର ଟାଙ୍ଗୀ ଥାନା କାଟିଲା ଗୋଠ କଲୋନୀ। ସର୍ବେଶ୍ୱର ଦୀର୍ଘ ଦିନ ଧରି ଚିଲିକାରେ ପକ୍ଷୀ ଶିକାର କରି ଆସୁଥିଲା। ସେ କଇଁ ଫୁଲ ନାଡ଼ରେ ଫୁରାଡନ ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଥିଲା। ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

Comments are closed.