Odisha Link
Bridging the Missing Links in Odisha

କଳା ସାରଙ୍କ କଳା କାରନାମା

କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଂପୃକ୍ତ ଶିକ୍ଷକ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଏତଲା ହୋଇଥିଲା। ଏତଲା ପରେ ସଂପୃକ୍ତ ଆର୍ଟି ଟିଚରଙ୍କୁ ଉଠାଇ ଆଣିଲା ପୋଲିସ। ଶିକ୍ଷକଙ୍କୁ ଅଟକ ରଖି ଜେରା କରିଛି କଟକ ମହିଳା ଥାନା ପୋଲିସ। ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା ଶିକ୍ଷକ ଅଛନ୍ତି ସଂପୃକ୍ତ ଶିକ୍ଷକ ଜଣଙ୍କ।

୨୦୦୧ରେ ରାଉସାପାଟଣାର ଜଣେ ଯୁବତୀଙ୍କୁ ପ୍ରଥମ ବିବାହ କରିଥିଲେ। ୨୦୦୮ରେ ଲୁଚାଛପାରେ ଆଉ ଜଣେ ଝିଅକୁ ବିବାହ କରିଥିଲେ। ପରେ ଲକଡ଼ାଉନ୍‌ ବେଳେ ଆଉ ୨ ଯୁବତୀଙ୍କୁ ମଧ୍ୟ ବାହା ହୋଇଥିଲେ। ପ୍ରଥମ ଏବଂ ୩ୟ ସ୍ତ୍ରୀ ଏକଥା ଜାଣିବା ପାରେ ଥାନାରେ ଜଣାଇଥିଲେ। ଏତଲା ପରେ ଚତୁର୍ଥ ପତ୍ନୀ ପାଖରେ ରହୁଥିବା କଳା ସାରଙ୍କୁ ଧରିଥିଲା ପୋଲିସ।

Comments are closed.