Odisha Link
Bridging the Missing Links in Odisha

ସିସିଟିଭିରେ କଏଦ ଆତଙ୍କୀ ହାମଲା

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀ ମାନେ ଗୁଳିକରି ଦୁଇଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଶ୍ରୀନଗରର ଉଚ୍ଚ ସୁରକ୍ଷା ଅଞ୍ଚଳ ହାୱାଇଆଡ୍ଡା ମାର୍ଗର ବଦ୍ଧତ ଅଞ୍ଚଳରେ ଆଜି ଲସ୍କର ଆତଙ୍କବାଦୀ ମାନେ ହମଲା କରିଛନ୍ତି। ଏଥିରେ ୨ ଜଣ ପୋଲିସ କର୍ମୀ ଶହୀଦ ହୋଇଥିବା ଖବର ମିଳିଛି। ପୋଲିସ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ ଆତଙ୍କବାଦୀ ମାନେ ପୋଲିସକର୍ମୀଙ୍କ ଉପରକୁ ଅତି ନିକଟରୁ ଗୁଳି ଚାଳନା କରିଥିଲେ।

ଏହାପରେ ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିଲା। ହେଲେ ଡାକ୍ତର ଉଭୟ ପୋଲିସକର୍ମୀଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ୨ ପୋଲିସକର୍ମୀ କନେଷ୍ଟବଳ ର୍ୟାଙ୍କର ବୋଲି ଜଣାପଡିଛି। ଏହି ଘଟଣା ପରେ ସୁରକ୍ଷାବଳ ତରଫରୁ ଆତଙ୍କବାଦୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛିି।

ସୂଚନାଯୋଗ୍ୟ ଯେ, ଗତ ୩ ଦିନ ମଧ୍ୟରେ ହାୱାଇଆଡ୍ଡା ଅଞ୍ଚଳରେ ଆତଙ୍କବାଦୀଙ୍କ ପକ୍ଷରୁ ୨ ଥର ଆକ୍ରମଣ ହୋଇଛି। ବୁଧବାର ଦିନ ଦୁର୍ଗାନାଗ ଅଞ୍ଚଳରେ ଆତଙ୍କବାଦୀ ମାନେ ଜଣେ ହୋଟେଲ ମାଲିକ ଓ ତାଙ୍କ ପୁଅ ଉପରକୁ ଗୁଳି ଚାଳନା କରିଥିଲେ।

ଏଥିରେ ସେମାନେ ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ଏଭଳି ସମୟରେ ଘଟିଛି ଯେତେବେଳେ ବିଦେଶରୁ ୨୪ ଜଣ ସଦସ୍ୟ ମଣ୍ଡଳୀ ପ୍ରତିନିଧି ଜମ୍ମୁ-କାଶ୍ମୀର ସ୍ଥିତି ଆକଳନ କରିବାକୁ ଜମ୍ମ ଗସ୍ତରେ ଆସିଛନ୍ତି।

Comments are closed.