Odisha Link
Bridging the Missing Links in Odisha

ସାରସକଣା ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛଇ। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଓଡ଼ିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ। ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହିତ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ପ୍ରକାଶ ଯେ, ଗତ ୧୭ ତାରିଖ ସନ୍ଧ୍ୟାରେ ମୟୂରଭଞ୍ଜ ଜିଳ୍ଲା ଝାରପୋଖରିଆ ଥାନା ମୁରୁଣିଆ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଆଉ ଜଣଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ୩ ପୁରୁଷ ଜଣେ ମହିଳାଙ୍କ ସମେତ ଦେଢ ବର୍ଷର ଶିଶୁ କନ୍ୟା ଥିଲେ। ମୃତକମାନେ ହେଲେ ଗୋବିନ୍ଦପୁର ଗ୍ରାମର ନାନୀ ମାର୍ଣ୍ଡି, ଭୋଲାନାଥ ମାର୍ଣ୍ଡି, ଥିମୁ ମାର୍ଣ୍ଡି, କର ମାର୍ଣ୍ଡି ଓ ସ୍ୱର୍ଗତ ଗୁର୍ବା ହେମ୍‌ବ୍ରମଙ୍କ ପୁଅ ବିଶୁ ହେମ୍ବ୍ରମ, ନୋଟା ଗ୍ରାମର ସ୍ୱର୍ଗତ ଶାକିଲା ମୁର୍ମୂଙ୍କ ପୁଅ କିଶୁନ ମୁର୍ମୁ ଓ ଝାଡ଼ଖଣ୍ଡର ବଡଶୋଳ ଥାନା କଟୁଶୋଳ ଗ୍ରାମର ରାମରାଇ ମାର୍ଣ୍ଡିଙ୍କ ଦେଢ ବର୍ଷର ଶିଶୁ କନ୍ୟାନୂତନ ମାର୍ଣ୍ଡି ବୋଲି ଜଣା ପଡିଛି ।

Comments are closed.