Odisha Link
Bridging the Missing Links in Odisha

ଚର୍ଚ୍ଚାରେ ଡ. ସ୍ୱାତୀ ମୋହନଙ୍କର ବିନ୍ଦି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଚର୍ଚ୍ଚାରେ ଡ. ସ୍ୱାତୀ ମୋହନଙ୍କର ବିନ୍ଦି। ଏହାର ଶବ୍ଦ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ଭାରତ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଡା. ସ୍ୱାତୀ ମୋହନ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିଜର ସ୍ୱପ୍ନ ସାକାର କରିବା ସହ ଭାରତର ନାଁକୁ ମଧ୍ୟ ସେ ଉଜ୍ଜ୍ୱଳ କରିଛନ୍ତି।

ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ନେଇ ଭାରତ, ଚୀନ୍‌, ଆମେରିକା ସହ ଅନେକ ଦେଶ ମଙ୍ଗଳ ଗ୍ରହରେ ନିଜର ମିଶନ ପଠାଇଛନ୍ତି। ଏହି ମିଶନକୁ ଲାଲ ଗ୍ରହ ମଙ୍ଗଳରେ ଲ୍ୟାଣ୍ଡ କରିବାରେ ଭାରତୀୟ ଜନ୍ମିତ ଆମେରିକୀୟ ବୈଜ୍ଞାନିକ ଡା. ସ୍ୱାତି ମୋହନଙ୍କର ପ୍ରମୁଖ ଭୂମିକା ରହିଛି। ଶୁକ୍ରବାର ନାସାର ପ୍ରର୍ସଭିୟରେନ୍ସ ରୋଭର ମିଶନର ମଙ୍ଗଳ ପୃଷ୍ଠାରେ ପହଞ୍ଚିବା କ୍ଷଣି ଡା. ସ୍ୱାତି ମୋହନଙ୍କର ଟଚ୍‌ଡାଉନ୍‌ କନଫର୍ମଡ୍ ଶବ୍ଦ ଗୁଞ୍ଜରିତ ହୋଇଥିଲା।

ନାସା ନିଜର ଏହି ସବୁଠୁ ଖାସ୍‌ ମିଶନର ଫୁଟେଜ୍‌ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଯେଉଁଠାରେ ସମସ୍ତେ ନାସାର ଏହି ମିଶନର ପ୍ରଶଂସା କରୁଛନ୍ତି , ସେପଟେ ଭାରତୀୟ ଟ୍ୱିଟର ୟୁଜରଙ୍କ ମଧ୍ୟରେ ଡ. ସ୍ୱାତି ମୋହନଙ୍କର ବିନ୍ଦି ବହୁତ ଲୋକପ୍ରିୟ ହେଉଛି।

ମିଶନକୁ ସଫଳ କରିବା ପାଇଁ ସ୍ୱାତି ମୋହନ ନାସାର କଣ୍ଟ୍ରୋଲ ରୁମ୍‌ରେ ବସି ଥିଲେ ଏବଂ ଏହି ସମୟରେ ସେ ମଥାରେ ବିନ୍ଦି ମଧ୍ୟ ଲଗାଇ ଥିଲେ। ଯହା ଚର୍ଚ୍ଚାର ବିଷୟ ପାଲଟିଛି। ଏହାସହ ତାଙ୍କର ମୁହଁରେ ମାସ୍କ ମଧ୍ୟ ନଜର ଆସିଥିଲା। ଏହି ବିନ୍ଦିକୁ ଦେଖି ଦେଶର ଟ୍ୱିଟର ୟୁଜର ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।

Comments are closed.