Odisha Link
Bridging the Missing Links in Odisha

ଚଳିତ ବଜେଟରେ ଚାଷୀ, ଯୁବ ଓ ମହିଳାଙ୍କୁ ଅଣଦେଖା କରାଯାଇଛି : ସମୀର ମହାନ୍ତି

ଭୁୁବନେଶ୍ୱର : ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ନୁହେଁ ବରଂ କେବଳ ଲୋକଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଆଜି ରାଜ୍ୟ ବଜେଟରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଚଳିତ ରାଜ୍ୟ ବଜେଟରେ ଚାଷୀଙ୍କ ଉପରେ କୌଣସି ଫୋକସ୍ ଦିଆଯାଇନାହିଁ।

ରାଜ୍ୟ ସରକାର କାଳିଆ ଯୋଜନା ନେଇ ବ୍ୟୟବରାଦ କରିବା ଚାଷୀକୂଳ ପାଇଁ ପରିହାସ। ରାଜ୍ୟ ସରକାର କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କ ତାଲିକା ଦେଇଥିବାବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ତାଲିକା ପଠାଉନାହାଁନ୍ତି କାହିଁକି ବୋଲି ବିଜେପି ରାଜ୍ୟ ସଭାପତି ପୁଣି ଥରେ ପ୍ରଶ୍ନ କରିଛନ୍ତି ।

ଚଳିତ ବଜେଟରେ ଗରିବଙ୍କ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ରାଜ୍ୟର ଯୁବକଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରାଇବା, ଦାଦନ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା, ରାଜ୍ୟରେ ନୂତନ ଉଦ୍ୟୋଗ ସ୍ଥାପନା କରିବା ଆଦି କ୍ଷେତ୍ରରେ କୌଣସି ବ୍ୟୟ ବରାଦ କରାଯାଇନାହିଁ। ସେହିପରି ଏହି ବଜେଟରେ ମହିଳା ସଶକ୍ତିକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ମହିଳା ସୁରକ୍ଷା ଦିଗରେ ମଧ୍ୟ ରାଜ୍ୟ ସରକାର କୌଣସି ବ୍ୟୟ ବରାଦ କରି ନାହାଁନ୍ତି ବୋଲି ମହାନ୍ତି କହିଛନ୍ତି।

ରାଜ୍ୟରେ ଯାହା ବିକାଶ ମୂଳକ କାମ, ଯୋଜନା ଓ ଅଣଯୋଜନା ବାବଦରେ ଯାହା ବି ଖର୍ଚ୍ଚ କରିବେ ରାଜ୍ୟ ସରକାର ସେଥିପାଇଁ ବାହ୍ୟ ଋଣ, କେନ୍ଦ୍ରୀୟ ଅନୁଦାନ ଓ
କେନ୍ଦ୍ରୀୟ ଟିକସ ଅର୍ଥରେ ହିଁ କରିବେ। ଚଳିତ ବଜେଟ ହେଉଛି ଏକ କେନ୍ଦ୍ରୀୟ ଯୋଜନା ଆଧାରିତ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ । ୨୧ ବର୍ଷର
ଶାସନ ପରେ ବି ଯେଉଁ ଭଳି ଭାବେ ରାଜ୍ୟର ଆର୍ଥୀକ ପ୍ରଗତି ହେବା କଥା ତାହା ହୋଇ ପାରିଲା ନାହିଁ ବୋଲି ମହାନ୍ତି କହିଛନ୍ତି।

Comments are closed.