Odisha Link
Bridging the Missing Links in Odisha

ରାଜ୍ୟରେ କରୋନା କାଳରେ ବାଉଁଶ ବାବଦକୁ ଖର୍ଚ୍ଚ ହୋଇଛି ୨୧.୯୦ ଲକ୍ଷ ଟଙ୍କା

ଭୁବନେଶ୍ବର: ମହାମାରୀ କରୋନା କାଳରେ ରାଜ୍ୟ ସରକାର ବାଉଁଶ ବାବଦକୁ ଖର୍ଚ୍ଚ କରିଛନ୍ତି ୨୧.୯୦ ଲକ୍ଷ ଟଙ୍କା। ଆଜି ବିଧାୟକ ଭବାନୀ ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ଜବାବ ଦେଇଛନ୍ତି।

ଶ୍ରୀ ମଲ୍ଲିକ କହିଛନ୍ତି ଯେ, କୋଭିଡ୍‌ ସମୟରେ ରାଜ୍ୟରେ ୪୦୬ଟି ଜାଗାରେ କଣ୍ଟେନମେଣ୍ଟ ଜୋନ୍‌ ହୋଥିଲା। ଏହି ସବୁ କଣ୍ଟେନକମେଣ୍ଟ ଜୋନରେ ମୋଟ ୬୩, ୫୨୬ ଖଣ୍ଡ ବାଉଁଶ ବ୍ୟବହାର ହୋଇଥିଲା। ବାଉଁଶ ପାଇଁ ୯୧.୬୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏଥିରୁ ୨୧.୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ ଗୃହରେ କହିଛନ୍ତି।

ଅପରପକ୍ଷେ ରାଜ୍ୟରେ ହୋଇଥିବା ୬୦ଟି କ୍ବାରାଣ୍ଟିନ୍‌ ସେଣ୍ଟରର ମରାମତି ପାଇଁ ୧୩୪୪.୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବୋ ନେଇ ଗୃହରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉତ୍ତର ରଖିଛନ୍ତି।

Comments are closed.