Odisha Link
Bridging the Missing Links in Odisha

ବିବନ ଗିରଫ ହେବା ପରେ ପ୍ରତିକ୍ରିୟା ରଖିଲେ ପୀଡ଼ିତା, କହିଲେ-ଦୋଷୀକୁ ଫାଶି ମିଳୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ବିବନ ବିଶ୍ବାଳକୁ ୨୨ ବର୍ଷ ପରେ ଗିରଫ କଲା ପୁଲିସ। ଏହାପରେ ପ୍ରତିକ୍ରିୟ ରଖିଛନ୍ତି ପୀଡ଼ିତା ଅଞ୍ଜନା ମିଶ୍ର। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିବନ ମୁଖ୍ୟ ଅଭିଯୁକ୍ତ ଥିଲା। ତାକୁ ଫାଶି ଦିଆଯାଉ। ବିବନ ଗିରଫ ହେବା ପରେ ମୋତେ ଖୁସି ଓ ଆଶ୍ବସ୍ତି ଲାଗୁଛି ବୋଲି ଅଞ୍ଜନା ଗଣମାଧ୍ୟମକୁ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ଏହି ମାମଲା ହାତକୁ ନେଇ ସିବିଆଇ ଚୁପ୍‌ ବସିଲା ଓ ମୁଖ୍ୟ ଅଭିଯୁକ୍ତକୁ ଧରିଲାନି। ହେଲେ ୨୨ ବର୍ଷ ପରେ ବିବନ ଗିରଫ ହୋଇଥିବାରୁ ସିପି ଓ ତାଙ୍କ ଟିମ୍‌କୁ ଧନ୍ୟବାଦ ଜଣାଉଛି ବୋଲି ଅଞ୍ଜନା କହିଛନ୍ତି।

ଏଥିସହିତ ସେ ଆହୁରି ଖୁଲାସା କରି କହିଛନ୍ତି ଯେ, ଏହି ବିଭତ୍ସ ଘଟଣା ପରେ ମୋତେ ମାରି ଦେବାକୁ ଚେଷ୍ଟା କରାଯାଇଥିଲା। କିଛି କଂଗ୍ରେସ ସମର୍ଥକ ମାରିବାକୁ ଚେଷ୍ଟା କରିଥିଲେ। ଏମିତି ହେଲା ଯେ, ମୋତେ ମୋ ଘରେ ରଖେଇ ଦେଲେନି । କଂଗ୍ରେସ ଦଳର ପ୍ରଚ୍ଛନ୍ନ ହାତ ତା’ ପଛରେ ରହିଥିଲା ବୋଲି ଅଞ୍ଜନା କହିଛନ୍ତି।

ବହୁତ ଲମ୍ବା ସଂଘର୍ଷ ଥିଲା ପ୍ରତିଦିନ ମୁଁ ମରି ମରି ବଞ୍ଚିଛି। ଅନ୍ୟ ଦୁଷ୍କର୍ମ ପୀଡ଼ିତାଙ୍କୁ ଭାଙ୍ଗି ନପଡ଼ିବାକୁ ଅଞ୍ଜାନ ପରାମର୍ଶ ଦେଇଛନ୍ତି। କହିଲେ ଥରେ କାହା ସହ ଗଣଦୁଷ୍କର୍ମ ଘଟିଲେ ଜୀବନ ବର୍ବାଦ ହୋଇଯାଏ ଏଥିରେ ଭାଙ୍ଗି ନପଡ଼ି ସଂଘର୍ଷ କରିବା ଦରକାର। ଆମ ସିଷ୍ଟମ ଯାହା ଏଠି ନ୍ୟାୟ ମିଳିବାକୁ ଦୀର୍ଘ ବର୍ଷ ଲାଗୁଛି ବୋଲି ଅଞ୍ଜନା କହିଛନ୍ତି। ପୂର୍ବରୁ ଗିରଫ ହୋଇଥିବା ଦୁଇ ଦୋଷୀଙ୍କ ଭିତରୁ ପଦିଆ ମରିଯାଇଛି ଓ ଧୀରେନ୍ଦ୍ର ଜେଲରେ ଅଛି। ଏବେ ଧରାପଡ଼ିଥିବା ବିବନକୁ ଫାଶି ହେଉ ବୋଲି ଅଞ୍ଜନା କହିଛନ୍ତି।

Comments are closed.