Odisha Link
Bridging the Missing Links in Odisha

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ଜୟପୁର: ଜୟପୁରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ୪୮ଘଣ୍ଟା ମଧ୍ୟରେ ଅଭିଯୁକୁ କାବୁ କରିଛି ଟାଉନ୍‌ ଥାନା ପୁଲିସ । ଅଭିଯୁକ୍ତ ହେଲେ ଚନ୍ଦ୍ରଙ୍କ ବନ୍ଧୁ ଜଗନ୍ନାଥ ଗାଦବା।

ପ୍ରକାଶ ଯେ, ଗତ ୨୧ତାରିଖରେ କୁମ୍ଭାରସାହି ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ମୃତ ଯୁବକଙ୍କ ନାମ ଚନ୍ଦ୍ର ପରଜା ବୋଲି ଜଣାପଡିଥିଲା । ତେବେ ପୁଲିସ ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା ।

ହତ୍ୟାକାରୀ ଜଗନ୍ନାଥ ଗାଦବାକୁ ଧରିଲା ପୁଲିସ। ଅଭିଯୁକ୍ତ ଜଗନ୍ନାଥ ଚନ୍ଦ୍ରଙ୍କ ବନ୍ଧୁ ବୋଲି ଜଣାପଡିଛି। ନିଶାଗ୍ରସ୍ତ ଅବସ୍ଥାରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ଯାହାପରେ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ରହିଛି ।

Comments are closed.