Odisha Link
Bridging the Missing Links in Odisha

ବିଧାନସଭା: ପ୍ରଶ୍ନ କାଳରେ ଉଠିଲା ଧାନର ଏମଏସପି ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନକାଳରେ ଧାନର ଏମଏସପି ପ୍ରସଙ୍ଗ ଉଠିଛି। ବିଧାୟକ ଅମରପ୍ରସାଦ ଶତପଥୀ ଏମଏସପି ପ୍ରସଙ୍ଗ ଉଠାଇଛନ୍ତି। ତେବେ ଏମଏସପି ପ୍ରସଙ୍ଗରେ କୃଷି ମନ୍ତ୍ରୀ ଅରୁଣ ସାହୁ ନିଜର ଉତ୍ତର ରଖି କହିଛନ୍ତି ଯେ, ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ପାଇଁ ଦାବି କରାଯାଇଥିଲା।

କ୍ୟାବିନେଟରେ ପାରିତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଛି। ଏମଏସପି ନିର୍ଦ୍ଧାରଣ ବେଳେ ସିଏସିପି ରାଜ୍ୟ ସରକାରଙ୍କ ମତାମତ ନେବା କଥା। ଜାତୀୟ ହାରକୁ ନେଇ ଏମଏସପି ଧାର୍ଯ୍ୟ ହେଉଛି। ଏହା ଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି। କେନ୍ଦ୍ର ସରକାର ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରନ୍ତୁ ବୋଲି ମନ୍ତ୍ରୀ ଅରୁଣ ସାହୁ ଦାବି କରିଛନ୍ତି।

ପ୍ରକାଶ ଯେ, ଆଜି ବିଧାନସଭା ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ ଆଗତ କରିଥିଲେ । ଏହି ଅବସରରେ ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଗୃହରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ବିମଳ ଲୋଚନ ବାରିପଦା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Comments are closed.