ଶିକାରୀ ଆକ୍ରମଣରେ ବନ କର୍ମଚାରୀ ଆହତ

ବାରିପଦା: ଶିକାରୀ ଆକ୍ରମଣରେ ବନ କର୍ମଚାରୀ ଆହତ। ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଆଜି ଶିମିଳିପାଳକୁ ଶିକାର କରିବା ପାଇଁ ଉଦଳାର ଜମୁଡ଼ିହା ଗାଁରୁ ପ୍ରାୟ ୬୦ରୁ ୭୦ ଜଣ ଶିକାରୀ ଯାଇଥିଲେ।
ସେଠାରୁ ସେମାନେ ୨ଟା ସମ୍ବର ଶିକାର କରି ଆଣି ନିଜ ଭିତରେ ଭାଗ କରିଥିଲେ। ଜଣେ ଶିକାରୀ ତାଙ୍କ ଘରେ ୩୦ କିଲୋ ମାଂସ ଓ ୨ଟା ବନ୍ଧୁକ ରଖିଛି ବୋଲି ଖବର ପାଇ ଉଦଳା ରେଞ୍ଜ ଅଫିସର ତାଙ୍କ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶିକାରୀ ଘରୁ ସେମାନେ ୨ଟି ବନ୍ଧୁକ ସହ ଅଧା ବସ୍ତା ମାଂସ ଜବତ କରିଥିଲେ।
Comments are closed.