Odisha Link
Bridging the Missing Links in Odisha

କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ୱର : ଆଜି ଜଗତସିଂହପୁରର କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଓବିସି ସେଲ ବୈଠକ ଥିବା ବେଳେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି ।

ତେବେ ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁଚରଣ ବାରିଜ ଏହି ବୈଠକ ଡାକିଥିଲେ। ବିଷ୍ଣୁ ବାରିକ ଦଳ ବିରୋଧୀ କାମ କରୁଥିବା ଅଭିଯୋଗ ହୋଇଥିଲା । ବୈଠକକୁ ବିରୋଧ କରି ପୋଷ୍ଟର ଚିରିଥିଲେ ଅନ୍ୟ ଏକ ଗୋଷ୍ଠୀ । ପୋଷ୍ଟର ଚିରିବା ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

Comments are closed.