ଭାରତର ଟିକା ନେବେ ଶ୍ରୀଲଙ୍କାବାସୀ, ଚୀନ ଉପରେ ପାଉନି ଭରସା

ନୂଆଦିଲ୍ଲୀ : ଶ୍ରୀଲଙ୍କା ଭାରତରେ ପ୍ରସ୍ତୁତ ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ଚୀନରେ ପ୍ରସ୍ତୁତ ହୋଇଥିବା ଟିକା ବଦଳରେ ଭାରତର ଟିକା ନେବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା ସରକାର।
ଶ୍ରୀଲଙ୍କା ସରକାରଙ୍କ ମୁଖପାତ୍ର ଡଃ ରମେଶ ପାଥିରାନା କହିଛନ୍ତି ଯେ, ଚୀନ କମ୍ପାନି ସିନୋଫାର୍ମ ଟିକା ସଂପର୍କରେ ଅଧିକ ତଥ୍ୟ ମିଳିବାପରେ ଓ ଏହା ସୁରକ୍ଷିତ ବୋଲି ହୃଦବୋଧ ହେବା ପରେ ଏହାକୁ ବ୍ୟବହାର ସଂପର୍କରେ ନିଷ୍ପତ୍ତି ନିଆଯିବ ।
ତେବେ ଏଥିପାଇଁ ଆହୁରି ସମୟ ଲାଗିବ କାରଣ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଟିକାକୁ ଏପର୍ଯ୍ୟନ୍ତ ସବୁଜ ସଂକେତ ଦେଇନାହିଁ। ସେହିପରି ଋଷିଆର ସ୍ପୁଟନିକ ଟିକାକୁ ମଧ୍ୟ ଶ୍ରୀଲଙ୍କା ସରକାର ଏପର୍ଯ୍ୟନ୍ତ ସବୁଜ ସଂକେତ ଦେଇନାହାନ୍ତି। ଏଣୁ ଶ୍ରୀଲଙ୍କା ଭାରତୀୟ କମ୍ପାନି ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ଉତ୍ପାଦିତ ଟିକା କୋଭିସିଲ୍ଡର ବ୍ୟବହାର ଲାଗି ନିଷ୍ପତ୍ତି ନେଇଛି ।