Odisha Link
Bridging the Missing Links in Odisha

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୫ଟି ଦୋକାନ ସିଲ

ବାରିପଦା: ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର କଡାକଡି ନିୟମ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବାରିପଦା ଟାଉନରେ ୫ଟି ଦୋକାନ ସିଲ। କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଦୋକାନ ସିଲ କରାଯାଇଛି। ପୁଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଦୋକାନ ସିଲ କରାଯାଇଛି ।

ପ୍ରକାଶ ଯେ, ଗତକାଲି ସନ୍ଧ୍ୟା ସମୟରେ ଦୋକାନ ଗୁଡିକରେ ଭିଡ ଜମା ଥିଲା । ଖବର ପାଇ ଜିଲ୍ଲା ପ୍ରଶାସନ ଓ ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ, ଗୁଜୁରୀ ମାର୍କେଟ, ହସ୍ପିଟାଲ ରୋଡ଼, ଭଞ୍ଜପୁର ଅଞ୍ଚଳରେ ଚଢାଉ କରିବା ସହ ଦୋକାନୀ ମାନଙ୍କୁ ନିୟମ କଡାକଡି ପାଳନ କରିବାକୁ ସତର୍କ କରିଛନ୍ତି ।

Comments are closed.