Odisha Link
Bridging the Missing Links in Odisha

ଦେଶର ପ୍ରଧାନସେବକର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ସାରା ଭାରତବର୍ଷରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇ ପୁଣି ଥରେ ଉଦାହରଣ ତିଆରି କରିବା ସହ ପ୍ରଧାନସେବକର ପରିଚୟ ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ସାରା ଦେଶବାସୀଙ୍କ ସମ୍ପୂର୍ଣ୍ଣ ଟୀକାକରଣର ପ୍ରତିଶ୍ରୁତି ପୂରଣ ଦିଗରେ ବଳିଷ୍ଠ ପଦକ୍ଷେପ ନେଉଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଶ୍ୱକୁ କରୋନା ମୁକ୍ତ କରିବା ପାଇଁ ବଡ ଦାୟିତ୍ୱ ନେଇଥିବାରୁ ଡ଼ାକ୍ତର ଏବଂ ବୈଜ୍ଞାନିକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଉଦାହରଣ ତିଆରି କରି ଆସିଛନ୍ତି।

ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡ଼ିର କୋରନା ଯୋଦ୍ଧା ଟିକା ନେବା ପରେ ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ପାଳି ଆସିଲା ସେତେବେଳେ ସେ ଟିକା ନେଇ ପୁଣି ଥରେ ଦେଶର ପ୍ରଧାନସେବକର ପରିଚୟ ଦେଇଛନ୍ତି।

ଜନତା କର୍ଫ୍ୟୁ ଠାରୁ ଆରମ୍ଭ କରି ଲକ୍ ଡାଉନ୍‌ କରିବା ଏବଂ ବିଭିନ୍ନ ପର୍ଯ୍ୟାୟରେ ବିଶ୍ୱର ସର୍ବବୃହତ ଟିକା ଅଭିଯାନକୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସକ୍ରିୟ ନେତୃତ୍ୱ ବଳରେ କୋରନା ମହାମାରୀକୁ ନିୟନ୍ତ୍ରଣ କରିବା ସମ୍ଭବତଃ ଭାରତରେ ପୂର୍ବରୁ କେବେ ହୋଇନାହିଁ ।

ଆଜି ଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକା ଅଭିଯାନରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଓ କୌଣସି ରୋଗରେ ପୀଡିତ ଥିବା ୪୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । ୧୦,୦୦୦ ସରକାରୀ ଏବଂ ୨୦,୦୦୦ ବେସରକାରୀ କେନ୍ଦ୍ରରେ ଟୀକାକରଣ ଏହି କରାଯିବ। ସରକାରୀ କେନ୍ଦ୍ରରେ ଭ୍ୟାକସିନ୍ ମାଗଣାରେ ଉପଲବ୍ଧ ହେବ।

କେନ୍ଦ୍ରମନ୍ତ୍ରୀପ୍ରଧାନ କହିଛନ୍ତି ଯେ, ସଙ୍କଟକୁ ସୁଯୋଗରେ ପରିଣତ କରିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭର ଭାରତର ଆହ୍ୱାନ କରିଛନ୍ତି । ଆଜି ଭାରତ ବିଶ୍ୱକୁ ଔଷଧ ପଠାଇବାରେ ମଧ୍ୟ ବଡ ରାଷ୍ଟ୍ର ଭାବରେ ଉଭା ହୋଇଛି। ବିଶେଷ ଭାବରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମହାମାରୀ ସଂକଟ ସମୟରେ ଭାରତର ସଫଳ ପରିଚାଳନା ପାଇଁ ବିଶ୍ୱର ନଜର ଭାରତ ଉପରେ ରହିଥିବା କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

Comments are closed.