Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ସମ୍ବଲପୁର: ଟ୍ରକ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଞ୍ଚଳରେ। ସମସ୍ତ ମୃତକଙ୍କ ଘର ସମ୍ବଲପୁର ହୀରାକୁଦ ସନ୍ତୋଷୀ ଛକ ଅଞ୍ଚଳର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତ୍ରିରେ ସମ୍ବଲପୁରରୁ ବୁର୍ଲା ପଟକୁ ଦୁଇଟି ବାଇକରେ ୪ଜଣ ଯାଉଥିଲେ। ଦୁଇଟି ବାଇକ ଲାଗି ଲାଗି ଯାଉଥିବାରୁ ଭାରସାମ୍ୟ ହରାଇ ବାଇକ୍ ପଡ଼ିଯାଇଥିଲା।

ଫଳରେ ତାଙ୍କ ଉପରେ ଏକ ଅଜଣା ଟ୍ରକ୍ ଚଢ଼ିଯାଇଥିଲା। ତେବେ ଆମ୍ବୁଲାନ୍ସ ଯୋଗେ ବୁର୍ଲାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

 

Comments are closed.