ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ସୁବର୍ଣ୍ଣପୁର: ବିରମହାରାଜପୁର ବ୍ଲକର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ସୁବର୍ଣ୍ଣପୁର ଭିଜିଲାନ୍ସର ମିଳିତ ଚଢ଼ାଉ କରିଛି। ପୈତୃକ ଘର କେଞ୍ଝରିଆପାଲି ସମେତ ଲାତୁରପେଟରେ ଥିବା ଘରେ ଏକା ସାଙ୍ଗରେ ଚାଲିଛି ଚଢାଉ।
ସନ୍ତୋଷ ସାହୁ ବର୍ତ୍ତମାନ ପଥରଘାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଭାବେ କାର୍ଯ୍ୟରତ ଅଛନ୍ତି। ବାଘମାରି ରେ ୨ ବିଲ୍ଡିଙ୍ଗର ଏକ ଘର ସହ ୧୫ ଟି ଷ୍ଟଲ ରହିଥିବାବେଳେ ଗୋଟିଏ ଚାରି ଚକିଆ ଗାଡି, ଅନେକ ସ୍ଥାନରେ ପ୍ଳଟ ମଧ୍ୟ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପତ୍ତିର ଆକଳନ ଜାରି ରହିଛି। ଆକଳନ ସରିଲେ ପ୍ରକୃତ ସମ୍ପତ୍ତିର ମୁଲ୍ୟ ଜଣା ପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଚନା ମିଳିଛି।
Comments are closed.