Odisha Link
Bridging the Missing Links in Odisha

କରୋନା ଟିକା ନେଲେ‌ ରାଜ୍ୟପାଳ‌

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କରୋନା‌ ଟିକା ନେଇଛନ୍ତି। ଆଜି ରାଜଭବନ ହସ୍‌ପିଟାଲ୍‌ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଟିକା ଗ୍ରହଣ କରିଛନ୍ତି।

ଏକ କୋଭିଡ୍‌ ମୁକ୍ତ ଓଡ଼ିଶା ଗଠନ ନିମନ୍ତେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆହ୍ବାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ନିୟମାନୁସାରେ ୬୦ବର୍ଷରୁ ଅଧିକ ବୟସ୍କ ଏବଂ ୪୫ରୁ୬୦ବର୍ଷ ମଧ୍ୟରେ ବହୁବିଦ୍ଧରୋଗରେ ପୀଡ଼ିତ ବ୍ୟକ୍ତି ଡାକ୍ତରଙ୍କଠାରୁ ପ୍ରମାଣପତ୍ର ଆଣି ଟିକାଗ୍ରହଣ କରିପାରିବେ।

ଉଭୟ ସରକାରୀ ଓ ଘରୋଇ ହସ୍‌ପିଟାଲ୍‌ରେ ଯୋଗ୍ୟ ବ୍ୟକ୍ତି ପ୍ରତ୍ୟେକ ଦିନ ଯେକୌଣସି ସମୟରେ ଟିକା ନେଇ ପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ଅନେକ ପରିଚିତ ଚେହେରା ଟିକା ନେଇସାରିଛନ୍ତି।

Comments are closed.