Odisha Link
Bridging the Missing Links in Odisha

କ୍ରିକେଟ୍‌ ପରେ ରାଜନୀତିକୁ ଏଣ୍ଟ୍ରୀ କରିବା ସହଜ ନଥିଲା: ଗୌତମ ଗମ୍ଭୀର

ଭୁବନେଶ୍ବର: ଆପଣ ସତ କହିଲେ ଅପ୍ରିୟ ହେବା ନିଶ୍ଚିିତ। ମୁଁ ସତ କହିଲେ ଲୋକେ ମୋର ଆଟିଟ୍ୟୁଡ୍‌ ପ୍ରୋବ୍ଲେମ୍‌ କୁହନ୍ତି। ଏପରିକି ସତ କହି ମୁଁ ଟିମ୍‌ରୁ ଡ୍ରପ୍‌ ହୋଇଛି। ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ସାଂସଦ ଓ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ଗୌତମ ଗମ୍ଭୀର।

ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୌତମ ଗମ୍ଭୀର ଯୋଗ ଦେଇ ତାଙ୍କ କ୍ରିକେଟ ଓ ପଲଟିକାଲ କ୍ୟାରିୟର ବିଷୟରେ କିଛି ଅକୁହା କଥା କହିଛନ୍ତି। ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଆୟୋଜିତ କାର୍ଯ୍ୟକ୍ରମରେ ଗମ୍ଭୀରଙ୍କୁ ତାଙ୍କର କ୍ରିକେଟ୍‌ କ୍ୟାରିୟରଠାରୁ ଆରମ୍ଭ କରି ରାଜନୀତିକ ଇନିଂସକୁ ନେଇ ପ୍ରଶ୍ନ କରାଯାଇଥିଲା। ଯାହାର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି ଗୌତମ। ସେ ସମସ୍ତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ସର୍ବପ୍ରଥମେ ମୋର କ୍ରୀଡ଼ା ଯାତ୍ରା ସେତେଟା ଭଲ ନଥିଲା। ବହୁ ସମୟ ଧରି ଉତଥାନ୍‌ ପତନ ଲାଗି ରହିଥିଲା। ହେଲେ ମୋର ଏକମାତ୍ର ସ୍ୱପ୍ନ ଥିଲା ଯେ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ହେବା। ବହୁତ କମ୍ ଖେଳାଳିଙ୍କୁ ଦୁଇଟି ବିଶ୍ୱକପ୍ ଜିତିବାର ସୁଯୋଗ ମିଳିଛି। ଟିମ୍ ପାଇଁ ତ ସମସ୍ତେ ଯୋଗଦାନ କରନ୍ତି। କିନ୍ତୁ ବିଶ୍ୱକପ୍ ଜିତିବା ସମସ୍ତଙ୍କର ସ୍ୱପ୍ନ ଥାଏ। ୨୦୦୭ ପୂର୍ବରୁ ମୁଁ ଗୋଟିଏ ବି ବିଶ୍ୱକପ୍ ଖେଳିନଥିଲି। ଅଣ୍ଡର୍-୧୪ ଓ ଅଣ୍ଡନ୍-୧୯ ବିଶ୍ୱକପ୍ ମିସ୍ କଲି। ଏପରିକି ୨୦୦୩ ଓ ୨୦୦୭ ବିଶ୍ୱକପ୍ ମଧ୍ୟ ଖେଳିପାରିନଥିଲି ବୋଲି ଗମ୍ଭୀର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ୨୦୦୭ ଦିନିକିଆ ବିଶ୍ବକପ୍‌ ଖେଳିବାରୁ ବଞ୍ଚିତ ହେଲେ ସେତେବେଳେ ଲାଗିଲା ଯେ ପିଲା ଦିନର ସ୍ବପ୍ନ ଅଧୁରା ହୋଇ ରହିଗଲା। ପରେ ସେହି ବର୍ଷ ଟି-୨୦ ବିଶ୍ବକପ୍‌ରେ ମୋତେ ସୁଯୋଗ ମିଳିଲା। ହେଲେ ପ୍ରଥମ ମ୍ୟାଚର ମୁଁ ଣୂନରୁ ଆରମ୍ଭ କରିଥିଲି। ପରେ ବାକି ମ୍ୟାଚରେ ନିୟମିତ ପ୍ରଦର୍ଶନ କରିଥିଲି। ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ଭାରତ ବିଜୟୀ ହୋଇଥିଲା। ଏହାପରେ ୨୦୧୧ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ମଧ୍ୟ ଥିଲି। ଯାହାଫଳରେ ମୋ ପିଲାବେଳର ସ୍ବପ୍ଦ ପୂରଣ ହୋଇ ପାରିଥିଲା ବୋଲି ଗମ୍ଭୀର କହିଛନ୍ତି।

କ୍ରିକେଟ୍‌ ପରେ ରାଜନୀତିକୁ ଏଣ୍ଟ୍ରୀ କରିବା ସହଜ ନଥିଲା। ମୋ ବାପାଙ୍କୁ ଛାଡ଼ିଦେଲେ ପରିବାରର ଆଉ କେହି ବି ମୋର ରାଜନୀତିକୁ ଆସିବା ନେଇ ଖୁସି ନଥିଲେ। କାରଣ ମୁଁ କେବେବି ପରିବାରକୁ ସମୟ ବେଶୀ ସମୟ ଦେଇପାରୁନଥିଲି। ମୁଁ ସର୍ବଦା ପରିବାରଠାରୁ ଦୂରେଇ ରହୁଥିଲି, କାରଣ ସ୍କୁଲଠାରୁ ଆରମ୍ଭ କରି ସିନିୟର ସ୍ତର ପର୍ଯ୍ୟନ୍ତ ମୁଁ କ୍ରିକେଟରେ ବ୍ୟସ୍ତ ରହୁଥିଲି ବୋଲି ଗମ୍ଭୀର କହିଛନ୍ତି।

ଆଗକୁ ଆହୁରି କହିଥିଲେ ଯେ, ପ୍ରଥମତଃ ମୁଁ ମୋ ଜୀବନରେ କିଛି ଅଭିଳାଷ ରଖିନାହିଁ। ଘରେ ହେଉ କି ବାହାରେ, ସବୁଠି ମୋ ବିରୋଧରେ ଅଭିଯୋଗ ଲାଗି ରହିଥାଏ। ଯିଏ ସତ କୁହେ, ତା’ର ବେଶୀ ବନ୍ଧୁ ନଥାନ୍ତି। ଆଉ ମୁଁ ସର୍ବଦା ସତ କୁହେ ବୋଲି ମୋର ଆଟିଟ୍ୟୁଡ୍ ପ୍ରବ୍ଲେମ୍ ଅଛି ବୋଲି କୁହନ୍ତି। ସତ କହିଲେ ଅପ୍ରିୟ ହେବା ନିଶ୍ଚିତ, ସତ କହି ମୁଁ ଟିମରୁ ଡ୍ରପ୍ ହୋଇଛି।

Comments are closed.