Odisha Link
Bridging the Missing Links in Odisha

ବାଇକ୍‌ ଉପରେ ମାଡ଼ିଗଲା ଯାତ୍ରୀବାହୀ ବସ୍‌‌, ଚାଲିଗଲା ୩ ଜୀବନ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ା ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଏହି ଦୁର୍ଘଟଣାରେ ତିନି ମୃତ, ଜଣେ ଗୁରୁତର ଆହତ ହୋଇଛନ୍ତି। ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ବାଇକ୍ ଉପରେ ମାଡ଼ି ଯାଇଛି।

ମୃତକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି। ଦୁର୍ଘଟଣା ଘଟାଇ ଥିବା ବସଟି କେ. ଗାଁ ପଟୁ ଧର୍ମଗଡ଼ ଅଭିମୁଖେ ଆସୁଥିବା ବେଳେ ବାଇକଟି ଗୋଲାମୁଣ୍ଡାରୁ କେ.ଗାଁକୁ ଯାଉଥିଲା।

ଡଙ୍ଗରିଗୁଡ଼ା ନିକଟରେ ବାଇକ୍ ଉପରେ ବସଟି ଚଢ଼ି ଯାଇଥିଲା । ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଗୁରୁତର ନାବାଳିକାକୁ ଉଦ୍ଧାର କରି ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ମୃତାହତଙ୍କ ପରିଚୟ ମିଳିପାରିନାହିଁ।

Comments are closed.