ରେଲୱେ ବ୍ରିଜ୍ ତଳୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ଗଞ୍ଜାମ: ଛତ୍ରପୁର ଅନ୍ତର୍ଗତ ବଡ଼ଶଙ୍ଖ ନିକଟରେ ଅଭାବନୀୟ ଘଟଣା ଘଟିଛି। କନ୍ୟାସନ୍ତାନକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଗୋଟିଏ ଛୋଟ ଝିଅର ମୃତ ଦେହ କିଛି ସ୍ଥାନୀୟ ଲୋକ ପ୍ରଥମେ ଦେଖିଥିଲେ। ବଡ଼ଶଙ୍ଖ ଦେଇ ଯାଇଥିବା ରେଳ ବ୍ରିଜ୍ ପାଖରେ ଏହି ଝିଅଟିକୁ କେହି ମାରି ଗଣ୍ଡିରୁ ମୁଣ୍ଡ ଅଲଗା କରି ବ୍ରିଜ଼ କଡରେ ଫୋପାଡ଼ି ଦେଇଥିଲା। ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧlନ ଜାରି ରଖିଛି। ତେବେ ମୃତ୍ୟୁ ଶିଶୁ କନ୍ୟାର ପରିଚୟ ଜଣା ପଡିନଥିବା ବେଳେ ଶିଶୁଟିର ବୟସ ଆନୁମାନିକ ବର୍ଷେରୁ ଦେଢ଼ ବର୍ଷ ହେବ ବୋଲି ଜଣାପଡ଼ିଛି।
Comments are closed.