Odisha Link
Bridging the Missing Links in Odisha

ଅପରେସନ୍ ବେଳେ ମହିଳାଙ୍କ ଖାଦ୍ୟନଳୀ କାଟିଦେଲେ ଡାକ୍ତର

ସମ୍ବଲପୁର: ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର କାରଣରୁ ମହିଳା ଗୁରୁତର। ଅସ୍ତ୍ରୋପଚାର ସମୟରେ ଜଣେ ମହିଳାଙ୍କ ଖାଦ୍ୟନଳୀ କାଟି ଦେଇଥିବା ମହିଳାଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ଫଳରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି।

ପ୍ରାକାଶ ଯେ, ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡାର ସରିତା ଭୋଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ।

ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯିବା ସମୟରେ ଡାକ୍ତର ଖାଦ୍ୟନଳୀ କାଟି ଦେବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ସଦର ମେଡିକାଲ ଓ ପରେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା।

ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଥିବାରୁ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।

Comments are closed.