Odisha Link
Bridging the Missing Links in Odisha

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନେଲେ କରୋନା ଟିକା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ବାପା ଓ ମା’ ବି ଟିକା ନେଇଛନ୍ତି। କେଜ୍ରିୱାଲଙ୍କ ବୟସ ୫୨ ବର୍ଷ ହୋଇଥିଲେ ବି ସେ ଡାଇବେଟିସ୍ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଟିକା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ପହିଲାରୁ ଦେଶରେ କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଥିବା ବେଳେ ୪୫ ବର୍ଷରୁ ଅଧିକ ବ୍ୟାଧି ପୀଡିତଙ୍କୁ ଟିକା ଦିଆଯାଉଛି।

ପୂର୍ବ ୩ ଦିନ ମଧ୍ୟରେ ଦେଶରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏବେ ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ କମ୍ପାନୀର ଟିକା ଦିଆଯାଉଛି। ମିଳିଥିବା ସୂଚନା ମୁତାବକ ଏବେ ଦେଶରେ ମୋଟ ୧.୫ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି।

ଠିକ୍‌ ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଏନସିପି ନେତା ଶରଦ ପାୱାରଙ୍କ ସମେତ ଦେଶରେ ଅନେକ ପରିଚିତ ଚେହେରା ଟିକା ନେଇସାରିଛନ୍ତି।

Comments are closed.