Odisha Link
Bridging the Missing Links in Odisha

ତାଜମହଲରେ ବୋମା ଖବର ମିଛ

ଆଗ୍ରା: ତାଜମହଲରେ ବୋମା ଖବର ମିଛ। ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନ ଥିବା କଥା ଆଗ୍ରା ଜୋନ୍‌ ଏଡିଜି ରାଜୀବ କୃଷ୍ଣ କହିଛନ୍ତି।

ଜଣେ ଯୁବକ ୧୧୨ ଡାଏଲ କରି ତାଜମହଲରେ ବୋମା ଥିବା ସୂଚନା ଦେଇଥିଲେ।ବୋମା ସୂଚନା ପାଇବା ପରେ ତାଜମହଲ ପରିସରରେ ଉପସ୍ଥିତ ଥିବା ପର୍ଯ୍ୟଟକଙ୍କୁ ବାହାର କରାଯାଇଥିଲା ଏବଂ ଦୁଇଟି ଫାଟକ ବନ୍ଦ କରିଦିଆଯାଇଥିଲା।

ତୁରନ୍ତ ବମ ସ୍କ୍ୱାର୍ଡଙ୍କୁ ଡକାଯାଇ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ସେଠାରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନଥିଲା ନାହିଁ। କଲ କରିଥିବା ଯୁବକକୁ ପୁଲିସ ହାଜତକୁ ନେଇଛି।

ଯୁବକକୁ ପଚରାଉଚୁରା କରିବାକୁ ସେ କହିଛି ଯେ ଚାକିରୀ ନ ମିଳିବାରୁ ସେ ବହୁତ ଚିନ୍ତିତ। ଏହାପରେ ତାଜମହଲ ପୁଣି ଖୋଲି ଦିଆଯାଇଛି। ଉକ୍ତ ଯୁବକ ଜଣକ ଉତ୍ତର ପ୍ରଦେଶର ଫିରୋଜାବାଦର ଜଣା ପଡ଼ିଛି।

ଆଗ୍ରା ଏସପି ଶିବରାମ ଯାଦବ କହିଛନ୍ତି ଯେ, ଜଣେ ଯୁବକ କଣ୍ଟ୍ରୋଲ ରୁମକୁ ଫୋନ କରି କହିଥିଲେ ଯେ ସେନାରେ ଭର୍ତ୍ତି ହେବାରେ ବହୁତ ତ୍ରୁଟି ରହିଛି ଯେଉଁଥିପାଇଁ ସେ ସେନାରେ ଭର୍ତ୍ତି ହୋଇପାରୁନାହିଁ। ତାପରେ ସେ କହିଥିଲେ ଯେ ତାଜମହଲରେ ବୋମା ଅଛି ଓ ତାହା ଜଲଦି ଫାଟିଯିବ।

Comments are closed.