Odisha Link
Bridging the Missing Links in Odisha

ବାରହା ଆକ୍ରମଣରେ ୭ ଆହତ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ସଦର ଥାନା ଅନ୍ତର୍ଗତ ପୋଚିଲି ଗାଁର ଚନ୍ଦ୍ରମଣୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବାରହା ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି।

ପ୍ରକାଶ ଯେ, ଗ୍ରାମର କିଛି ଲୋକ ନିଜ ନିଜର କ୍ଷେତକୁ ମୁଗ ଆଣିବା ପାଇଁ ଯାଇଥିବାବେଳେ କିଛି ବାରହା ଆକ୍ରମଣ କରିଥିଲେ। ଫଳରେ ୭ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଜୀବନ ଗୌଡ, ସୂର୍ଯ୍ୟ ଗୌଡ, ଶନ୍ତ ବାରିକ, ସୁସୁଲା ଗୌଡ, ସୁଶୁଳା ସ୍ବାଇଁ, ଜୟନ୍ତୀ ଜେନା ଏବଂ ପ୍ରିୟଙ୍କା ବିଶୋୟୀ।

ଆହତ ମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

Comments are closed.