କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ

ବିନିକା: ବାପଘରୁ ଶାଶୁଘରକୁ ଯିବା ସମୟରେ କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁରେ ।ମୃତକ ହେଲେ ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁର ରୋଜି ସାହୁ।
ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁର ରୋଜି ସାହୁ ଓ ବଲାଙ୍ଗୀର ଜିଲ୍ଲା ତେତେଲ ଗାଁରୁ ବରଯାତ୍ରୀ ଝୁଲୁଣ୍ଡା ଆସିଥିଲେ । ଧୁମଧାମରେ ଭୋଜି ଭାତ ହେବାପରେ ବିବାହ ସମ୍ପନ୍ନ ହୋଇଥିଲା ।
ଝିଅ ରୋଜି ଓ ପୁଅ ବିସିକେଶନ ସାହୁଙ୍କ ଗୋଡ଼ ଧୋଇ ଉଭୟଙ୍କୁ ବିଦାୟ ଦେବା ସମୟରେ କାନ୍ଦି କାନ୍ଦି ହଠାତ୍ ଝିଅ ଚେତାଶୂନ୍ୟ ହୋଇ ଯାଇଥିଲେ । ସେଠାରୁ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ନିଆଯାଇଥିଲା ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କାନ୍ଦି କାନ୍ଦି ତାଙ୍କର ହୃଦଘାତ ହୋଇଥିବା ଜଣାପଡିଛି । ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।