ଗିରଫ ହୋଇଥିବା ୧୨୭ ଜଣଙ୍କୁ ନିର୍ଦ୍ଦୋଷରେ ମୁକ୍ତ କଲେ କୋର୍ଟ

ସୁରଟ: ୨୦ ବର୍ଷ ପୂର୍ବେ ଗିରଫ ହୋଇଥିବା ୧୨୭ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ସେମାନଙ୍କୁ ସୁରଟର ବିଭିନ୍ନ ଅଞ୍ଚଳରୁ ପୁଲିସ ଗିରଫ କରିଥିଲା।
ସନ୍ଦିଗ୍ଧ ଗତିବିଧି ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ଉପଲବ୍ଧ କରିନଥିଲା। ଏଣୁ ସାକ୍ଷ ଓ ପ୍ରମାଣ ଅଭାବ କାରଣରୁ କୋର୍ଟ ସେମାନଙ୍କୁ ମୁକ୍ତ କରିଛନ୍ତି।
ଗିରଫଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଥିଲେ ମଧ୍ୟ ମୋକଦ୍ଦମା ତୁଟି ନଥିଲା। ପୁଲିସ ଅଭିଯୋଗ ଅନୁସାରେ ଗିରଫ ସମସ୍ତ ଇସ୍ଲାମିକ କାର୍ଯ୍ୟକର୍ତ୍ତା ୨୦୦୧ ସୁରଟ ଜୟଶ୍ରୀ ହଲ ସେମିନାରରୁ ଗିରଫ ହୋଇଥିଲେ।
ସେମାନଙ୍କୁ ପୋଲିସ ନିଷିଦ୍ଧ ସିମି ସଙ୍ଗଠନ ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ କରିଥିଲା।ତେବେ ପୁଲିସ ଏମାନଙ୍କ ବିରୋଦ୍ଧରେ କୌଣସି ପ୍ରମାଣ ଦେଇପାରିନଥିଲା। ଫଳରେ ସେମାନଙ୍କୁ କୋର୍ଟ ମୁକ୍ତ କରିଥିଲା।
ପୁଲିସ ସେମାନଙ୍କୁ କୋର୍ଟରେ ହାଜର କରିବାର ପ୍ରାୟ ୧ ବର୍ଷ ୧୨୭ ଜଣ ଜେଲରେ ବନ୍ଦୀ ଥିଲେ। ପରେ କୋର୍ଟ ସେମାନଙ୍କୁ ଜାମିନ ମଞ୍ଜୁର କରିଥିଲେ।