Odisha Link
Bridging the Missing Links in Odisha

ଦାୟିତ୍ବହୀନତା ଯୋଗୁଁ ରେଲଓ୍ବେ ଅଧିକାରୀ ସସ୍‌ପେଣ୍ଡ

ଭୋପାଳ : ଦାୟିତ୍ବହୀନତା ଯୋଗୁଁ ରେଲଓ୍ବେ ଅଧିକାରୀ ସସ୍‌ପେଣ୍ଡ। ପିଇବା ପାଣି ଟାଙ୍କିକୁ ଟଏଲେଟ୍‌ ପାଇପ୍‌ଲାଇନ୍‌ ସଂଯୋଗ ହୋଇଥିବା ଫଟୋ ଭାଇରାଲ ହେବାପରେ ସଂପୃକ୍ତ ରେଲଓ୍ବେ ​‌ଷ୍ଟେସନ୍‌ ମାଷ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପ୍ରକାଶ ଯେ, ମଧ୍ୟ ପ୍ରଦେଶର ଗାରୋଥ ରେଳ ଷ୍ଟେସନରେ ପାଇଖାନା ଏବଂ ପିଇବା ପାଣି ଟାଙ୍କି ମରାମତି କାମ ଚାଲିଥିଲା । ତେବେ କାର୍ଯ୍ୟରେ ନିୟୋଜିତ ହୋଇଥିବା ବ୍ୟକ୍ତିଙ୍କ ଦାୟିତ୍ବହୀନତା ଯୋଗୁଁ ପାଇବା ପାଣି ଟାଙ୍କି ମଧ୍ୟରୁ ପାଇଖାନା ପାଇପ୍‌ଲାଇନ୍‌କୁ ସଂଯୋଗ ହୋଇଯାଇଥିଲା।

ଘଟଣା ବାବଦରେ ସିନିୟର କମରସିଆଲ ମ୍ୟାନେଜର ଅଜୟ କୁମାର ପାଲ କହିଛନ୍ତି, ଷ୍ଟେସନ୍‌ ମାଷ୍ଟର ଚୌଥମାଲ ମୀନାଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏହା ସହିତ କାର୍ଯ୍ୟରେ ନିୟୋଜିତ ଥିବା ପରିମଳ କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରିଦିଆଯାଇଛି ।

Comments are closed.