Odisha Link
Bridging the Missing Links in Odisha

ପାୱାରପ୍ଲାଣ୍ଟ୍‌ ଇଣ୍ଡବରାତ୍‌ରେ ଅଗ୍ନିକାଣ୍ଡ

ଇବ୍‌ଥର୍ମାଲ: ଅଚଳ ପାୱାରପ୍ଲାଣ୍ଟ୍‌ ଇଣ୍ଡବରାତ୍‌ରେ ଭୟଙ୍କର ଅଗ୍ନିକାଣ୍ଡ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ସାହାଜବାହାଲର ଇଣ୍ଡବରାତ ପାଓ୍ବାରପ୍ଲାଣ୍ଟ୍‌ରେ ଅଗ୍ନିକାଣ୍ଡ ଲାଗିଥିବା ସୂଚନାମିଳିଛି।

ପ୍ଲାଣ୍ଟ ଭିତରେ ଥିବା ବଡ଼ବଡ଼ ଗୁଳ୍ମ ଓ ଘାସ ଆଦି ହୁ ହୁ ହୋଇ ଜଳିବା ସହ କୋଇଲା ପରିଚାଳନା ପ୍ଲାଣ୍ଟରେ ଥିବା କନଭେୟର୍‌ ବେଲ୍‌ଟଗୁଡ଼ିକରେ ନିଆଁ ଲାଗିବା ଫଳରେ ପ୍ରବଳ ଧୂଆଁ ସୃଷ୍ଟି ହୋଇ ସମଗ୍ର ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ ଘଟାଇଛି।

କନଭେୟର୍‌ ବେଲ୍‌ଟଗୁଡ଼ିକ ପୋଡ଼ି ନଷ୍ଟ ହୋଇଯାଇଥିବା କୁହାଯାଇଛି। ଗ୍ରାମବାସୀଙ୍କ ସୂଚନା ପାଇ ଇବ୍‌ଥର୍ମାଲ, ଲଖନପୁର, ରେଙ୍ଗାଲି (ସମ୍ବଲପୁର) ଅଗ୍ନିଶମ ବିଭାଗ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ।

ସନ୍ଧ୍ୟାବେଳକୁ ନିଆଁ ଆୟତ୍ତକୁ ଆସିଥିବା ଇବ୍‌ଥର୍ମାଲ ଅଗ୍ନିଶମ ଅଧିକାରୀ ସାମୁଏଲ ବୁର୍ଜ କହିଛନ୍ତି। ନିଆଁ କିଭଳି ଲାଗିଲା ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.