Odisha Link
Bridging the Missing Links in Odisha

୨୦୦୮ ବାଟଲା ହାଉସ ମାମଲା, ଅଭିଯୁକ୍ତ ଆରିଜ ଖାନ୍ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ସାକେତ କୋର୍ଟ ବାଟଲା ହାଉସ ଏନକାଉଣ୍ଟର ମାମଲାରେ ରାୟ ଶୁଣାଇଛନ୍ତି। କୋର୍ଟ ଅଭିଯୁକ୍ତ ଆରିଜ ଖାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ଆରିଜ ଖାନକୁ ୧୩ ବର୍ଷ ପରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।

ବିଚାରପତି ସନ୍ଦୀପ ଯାଦବ କହିଥିଲେ ୧୯ ସେପ୍ଟେମ୍ବର ୨୦୦୮ରେ ଆରିଜ ନିଜ ସହକର୍ମୀଙ୍କ ସହ ମିଶି ବାଟଲା ହାଉସରେ ଉପସ୍ଥିତ ଥିଲା। ପରେ ଉପସ୍ଥିତ ପୁଲିସ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲା ଆରିଜ।

ତେବେ ଏହି ମାମଲାରେ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମା ଏବଂ ହେଡ କନଷ୍ଟେବଳ ବଲୱନ୍ତଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବରଖାସ୍ତ କରାଯାଇଥିଲା ବୋଲି କୋର୍ଟ କହିଛନ୍ତି।

ମାର୍ଚ୍ଚ ୧୫ ରେ କୋର୍ଟ ଏହି ମାମଲାର ଦଣ୍ଡବିଧାନ ଶୁଣାଇବେ। ଦଣ୍ଡବିଧାନ ଶୁଣାଣି ବେଳେ ଏହି ଘଟଣାରେ ମୃତକଙ୍କ ପରିବାରକୁ କେତେ କ୍ଷତିପୂରଣ ଦିଆଯାଇଛି କେତେ କ୍ଷତିପୂରଣ ପ୍ରଦାନ କରାଯିବ, ଦୋଷୀ କେତେ କ୍ଷତିପୂରଣ ଦେବ ଏ ସମସ୍ତ ଉପରେ ବିଚାରପତି ରାୟ ଶୁଣାଇବେ।

ଆରିଜ ଖାନ ନାଁରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିଥିବା ଅଭିଯୋଗ ରହିଛି। ଏଭଳି ଆତଙ୍କ ସୃଷ୍ଟି କରି ଆରିଜ ୧୬୫ ଜଣଙ୍କର ଜୀବନ ନେଇଥିବା ଅଭିଯୋଗ ରହିଛି।

ଏମିତିକି ବୋମା ତିଆରି କରି ବାହାରକୁ ବେଆଇନ୍ ଭାବରେ ଆରିଜ ଏକ୍ସପୋର୍ଟ କରୁଥିବାର ମଧ୍ୟ ଅଭିଯୋଗ ରହିଛି। ୨୦୦୭ରେ ୟୁପି, ୨୦୦୮ରେ ଅହମଦାବାଦ ଏବଂ ଜୟପୁରରେ ସିରିଏଲ ବ୍ଲାଷ୍ଟ କରିଥିବାର ଅଭିଯୋଗ ଆରିଜ ନାଁରେ ରହିଛି।

Comments are closed.